ବୌଦ୍ଧ: ଉଦଯାପିତ ହେଲା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ । ବୌଦ୍ଧ ଜିଲ୍ଲାର ବୀରନରସିଂପୁର ସ୍ଥିତ ନର୍ସରୀଠାରେ ପାଞ୍ଚ ଦିନ ଧରି ଚାଲିଥିବା ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଶନିବାର ଉଦଯାପିତ ହୋଇଛି । ତେବେ ପ୍ରଥମ ଥର ପାଇଁ ସେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଏହି ଲୋକ ମହୋତ୍ସବ ଆୟୋଜନ କରାଯାଇଥିଲା । କଳା,ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଆୟୋଜକଙ୍କ ଏଭଳି ପ୍ରୟାସ ଜନ ସଂଖ୍ୟା ଦୃଷ୍ଟିରୁ ନହେଲେ ମଧ୍ୟ ଅଞ୍ଚଳର ଭାବାବେଗକୁ ବାନ୍ଧି ରଖି ପାରିଥିଲା ।
ଉଦଯାପନୀ ଉତ୍ସବରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ଧାରାବାହିକ ନିର୍ଦ୍ଦେଶକ ବନୁ ରଣା ଓ ସମାଜସେବୀ ପ୍ରବୀର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ସନ୍ତାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ