ETV Bharat / state

ମନମୁଣ୍ଡାରେ ମାଳ ମାଳ ସମସ୍ୟା, ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ ମଞ୍ଚ

author img

By ETV Bharat Odisha Team

Published : Sep 29, 2023, 5:19 PM IST

ବୌଦ୍ଧର ଐତିହ୍ୟ ସହର ମନମୁଣ୍ଡାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ ମଞ୍ଚ । ସ୍ବାସ୍ଥ୍ଯ ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା ଉପରେ କଲେ ଆଲୋଚନା । ଅଧିକ ପଢନ୍ତୁ

ମନମୁଣ୍ଡାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ନାଗରିକ ମଞ୍ଚ

ବୌଦ୍ଧ: କଣ୍ଟାମାଳ ବ୍ଲକର ମନମୁଣ୍ଡା ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲା ନାଗରିକ ମଞ୍ଚ । ଜିଲ୍ଲାର ଅନ୍ୟତମ ପ୍ରମୁଖ ବାଣିଜ୍ୟ କେନ୍ଦ୍ର କଣ୍ଟାମାଳ ବ୍ଲକର ମନମୁଣ୍ଡା । କିନ୍ତୁ ଏବେ ଚରମ ଅବହେଳିତ ଅବସ୍ଥାରେ ଥିବା ନାଗରିକ ମଞ୍ଚ ଜିଲ୍ଲାପାଳଙ୍କ ନିକଟରେ ଅବଗତ କରାଇଛି । ବିଶେଷ ଭାବରେ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପାନୀୟଜଳ ଠାରୁ ନେଇ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ନାଗରିକ ମଞ୍ଚ ।

ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏକ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳୀ ମନମୁଣ୍ଡା ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଉକ୍ତ ଐତିହାସିକ ଅଞ୍ଚଳର ବିକାଶ ଠିକରେ ହୋଇ ପାରୁନାଥିବା ନାଗରିକ ମଞ୍ଚ ଅଭିଯୋଗ କରିଛି । ମନମୁଣ୍ଡା ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ଏହା ଉପରେ ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ନିର୍ଭରଶୀଳ । କିନ୍ତୁ ବର୍ତ୍ତମାନ ମନମୁଣ୍ଡା ଅଞ୍ଚଳ ଅତ୍ୟନ୍ତ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି ।

ମନମୁଣ୍ଡା ନାଗରିକ ମଞ୍ଚ ସଦସ୍ୟ କହିଛନ୍ତି, ‘‘ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ମନମୁଣ୍ଡାରେ ପାନୀୟଜଳର ଦୀର୍ଘ ବର୍ଷ ହେଲା ସମସ୍ୟା ରହିଆସିଛି । ଦୀର୍ଘ ଦିନର ଦାବି ପରେ ମନମୁଣ୍ଡା ବାଏପାସ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ଲାଇଟର ସମସ୍ୟା ହେତୁ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଗାନ୍ଧୀ ଛକ ନିକଟରେ ତେଲନଦୀ କୂଳରେ ନିର୍ମାଣ ହେଉଥିବା ବୁଦ୍ଧ ପାର୍କର ଅବସ୍ଥା ନକହିବା ଭଲ । ଏକଦା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବେଶ ସୁନାମ ରହିଥିବା ବେଳେ ବର୍ତ୍ତମାନ ଏଠାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ରହିଛି । ଶିଶୁ ମହିଳା, ପ୍ରସୂତି ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି ।’’

ଏହା ମଧ୍ୟ ପଢନ୍ତୁ...ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ରହିଛି ବିଭିନ୍ନ ସମସ୍ୟା, ସରକାରଙ୍କ ନାହିଁ ନିଘା: ଯୁବ କଂଗ୍ରେସ

ସେହିପରି ବୌଦ୍ଧ ନାଗରିକ କମିଟି ପକ୍ଷରୁ ମଧ୍ୟ ଜିଲ୍ଲାର ତଥା ଏକମାତ୍ର ପୌରାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସ୍ବଚ୍ଛ ପାନୀୟଜଳ, ମ୍ୟୁନିସିପାଲିଟିର ମାନ୍ୟତା, ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ପର୍ଯ୍ୟଟନ, ସଂସ୍କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.