ETV Bharat / state

ଅବ୍ୟବସ୍ଥା ଘେରରେ ମହାବିଦ୍ୟାଳୟ, ସମାଧାନ ପାଇଁ ନାଗରିକ କମିଟିର ଉଦ୍ୟମ

author img

By

Published : Jun 10, 2023, 12:45 PM IST

ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ନାଗରିକ କମିଟି ସହିତ ଜିଲ୍ଲା ପ୍ରଶାସନର ଆଲୋଚନା । ବିଶେଷ ଭାବରେ ଜିଲ୍ଲା ସଦର ମହକୁମାର ସର୍ବ ପ୍ରଥମ ମହାବିଦ୍ୟାଳୟ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

the citizen committee meeting
the citizen committee meeting
the citizen committee meeting

ବୌଦ୍ଧ: ପଶ୍ଚିମ ଓଡିଶାର ପ୍ରବେଶ ପଥ ବୌଦ୍ଧ ଜିଲ୍ଲା । ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ଗୋଟି ଓ୍ବାର୍ଡ ରହିଛି । ମହାନଦୀ କୂଳରେ ଥିବା ଐତିହାସିକ ସହରବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଠିକରେ ମିଳୁ ନଥିବା ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ଜିଲ୍ଲାର ଏକମାତ୍ର ଏନଏସିକୁ ପୌର ପରିଷଦରେ ପରିବର୍ତ୍ତନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି । ଏଥିପାଇଁ ଆବଶ୍ୟକ ବୌଦ୍ଧ ସହର ସଂଲଗ୍ନ ପଞ୍ଚାୟତର ଗ୍ରାମ ଗୁଡିକ ମଧ୍ୟ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ତଥାପି ମଧ୍ୟ ଏନେଇ କୌଣସି ଅଗ୍ରଗତି ଘଟିପାରୁ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ତଥା ଜିଲ୍ଲାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ ରହିଛି । ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଅତ୍ୟନ୍ତ ନୈରାଶ୍ୟ ଜନକ ରହିବା ସହିତ ଏହାର ପରିଚାଳନା ଗତ ସମସ୍ୟାକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ପରେ ଗତକାଲି ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

ତେବେ ସୂଚନା ମୁତାବକ, ୧୯୭୮ ମସିହାରେ ତତ୍କାଳୀନ ବୌଦ୍ଧ ଉପଖଣ୍ଡର ପ୍ରଥମ କଲେଜ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ହେଲେ ବର୍ତ୍ତମାନ କଲେଜ ପ୍ରତିଷ୍ଠାର 45 ବର୍ଷ ବିତିଯାଇଥିଲେ ମଧ୍ୟ ଏହା ସରକାରୀ କଲେଜର ମାନ୍ୟତା ପାଇପାରିନାହିଁ । କେବଳ ନାକ ବିରେ ସୀମିତ ରହିଛି ମହାବିଦ୍ୟାଳୟ । କଲେଜରେ ଦୀର୍ଘ ବର୍ଷ ହେଲା ଜଣେ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ମହାବିଦ୍ୟାଳୟ ପରିସରରେ ନିର୍ମିତ ଅନୁସୂଚିତ ଛାତ୍ରୀ ହଷ୍ଟେଲରେ କଲେଜ ପ୍ରଶାସନିକ କାର୍ଯ୍ୟାଳୟ ଚାଲୁଛି । ଏହାଛଡା ଦୀର୍ଘ ବର୍ଷ ହେଲା କଲେଜର ପରିଚାଳନା କମିଟି ମଧ୍ୟ ନାହିଁ । ଫଳରେ ମହାବିଦ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ।

ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟର ଏଭଳି ଅବସ୍ଥା ଦୀର୍ଘ ଦିନ ଧରି ଲାଗି ରହିଥିବାରୁ ବିଭିନ୍ନ ମହଲରେ ଗଭୀର ଚିନ୍ତା ପ୍ରକାଶ ପାଇଛି । ମହାବିଦ୍ୟାଳୟରେ ଶିକ୍ଷା ଦାନ ମଧ୍ୟ ଉପଯୁକ୍ତ ଭାବରେ ହେଉନଥିବା ଅଭିଯୋଗ ହୋଇଛି । ଫଳରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳରେ କଲେଜର ଫଳାଫଳ ମାତ୍ର 42 ପ୍ରତିଶତ ରହିଛି । ଯାହାକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହିତ ଏସବୁ ସମସ୍ୟାର ସମାଧାନ ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି । ତେବେ ଆସନ୍ତା ସପ୍ତାହରେ ଜିଲ୍ଲା ପ୍ରଶାସନ ସହିତ ଉଭୟ ନାଗରିକ କମିଟିର ଏକ ଟିମ ଓ କଲେଜ କର୍ତ୍ତୃପକ୍ଷଙ୍କ ସହିତ ମିଳିତ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.