ETV Bharat / state

ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର - ରାସ୍ତା କଡରୁ ଶିଶୁ ଉଦ୍ଧାର

ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର । ବୌଦ୍ଧ ଜିଲ୍ଲା ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗ୍ରାମ ରାସ୍ତା କଡରୁ ଉଦ୍ଧାର କଲେ ଗ୍ରାମବାସୀ । ଖବର ପାଇ ଚାଇଲ୍ଡ ଲାଇନ ଓ ପୋଲିସ ପହଞ୍ଚି ଶିଶୁକୁ ନେଇ ସ୍ଥାନୀୟ ରାମକୃଷ୍ଣ ବାଳାଶ୍ରମ ପରିସରରେରେ ରଖିଛନ୍ତି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର

author img

By

Published : Jun 19, 2022, 3:53 PM IST

ବୌଦ୍ଧ: ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର । ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଘୋରଡା ଗ୍ରାମ ରାସ୍ତା କଡରୁ ଏକ ଶିଶୁକୁ ଶନିବାର ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଖବର ପାଇ ଚାଇଲ୍ଡ ଲାଇନ ଓ ପୋଲିସ ପହଞ୍ଚି ଶିଶୁକୁ ନେଇ ସ୍ଥାନୀୟ ରାମକୃଷ୍ଣ ବାଳାଶ୍ରମ ପରିସରରେରେ ରଖିଛନ୍ତି । ଶିଶୁକୁ ରାସ୍ତା କଡ଼ରେ ପଡ଼ିଥିବା ଦେଖି ଘୋରଡା ଗ୍ରାମବାସୀ ଚାଇଲ୍ଡ ଲାଇନ ଓ ବୌଦ୍ଧ ଆଦର୍ଶ ଥାନାକୁ ସୂଚନା ଦେଇଥିଲେ ।

ବୌଦ୍ଧରେ ରାସ୍ତା କଡରୁ ଦେଢ ବର୍ଷର ଶିଶୁ ଉଦ୍ଧାର

112 ସହାୟତା ଗାଡ଼ିରେ ଶିଶୁକୁ ବୌଦ୍ଧ ଅଣାଯାଇ ଡାକ୍ତରଖାନାରେ ଚିକିତ୍ସା ପରେ ଶିଶୁ ମଙ୍ଗଳ ସମିତିକୁ ନିଆଯାଇଥିଲା । ତେବେ ଶିଶୁ ସମ୍ପର୍କରେ କୌଣସି ସୂଚନା ନଥିବାରୁ ତାର ନାମକରଣ କରି ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ପରିସରରେ ଥିବା ଶିଶୁଯତ୍ନ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଶିଶୁଟି କିଭଳି ଓ କେଉଁ ପରିସ୍ଥିତିରେ ଘୋରଡା ଗ୍ରାମକୁ ଆସିଲା ସେ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଗୋଟିଏ ମାସ ପାଇଁ ତାକୁ ଯତ୍ନ ଗୃହରେ ରଖାଯିବ ବୋଲି ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.