ETV Bharat / state

ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ପୋକ ଚଡକ

ଖୋର୍ଦ୍ଧାର ବିଭିନ୍ନ ଧାନ କ୍ଷେତରେ ମାତିଲେଣି ଚକଡା ପୋକ । ଅମଳ ସମୟରେ ଚକଡ଼ା ପୋକ ପାଇଁ ଚିନ୍ତାରେ ଚାଷୀ । ତୁରନ୍ତ ଦୃଷ୍ଟି ଦେବାକୁ ଦାବି । ଅଧିକ ପଢନ୍ତୁ...

author img

By

Published : Nov 13, 2021, 11:06 AM IST

ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ପୋକ ଚଡକ
ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ପୋକ ଚଡକ

ଖୋର୍ଦ୍ଧା: ଫସଲ ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ପୋକର ଚଡକ । ଖୋର୍ଦ୍ଧା ଜିଲ୍ଲାର ସିକୋ, ଶଗଡ଼ଭଙ୍ଗା, ହୀରାପୁର, ବୋତମା ଓ ହଜ ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଧାନ ବିଲରେ ଚକଡ଼ା ପୋକ ଲାଗି ଏକର ଏକର ଧାନ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଅମଳ ପୂର୍ବରୁ ଚକଡ଼ା ଏବେ ଚାଷୀମାନଙ୍କ ପାଇଁ ଚଡକ ସାଜିଛି ।

ଅମଳ ସମୟରେ ଚାଷୀ ମୁଣ୍ଡରେ ଚକଡ଼ା ପୋକ ଚଡକ

ଏହି ସମୟରେ ଚକଡ଼ା ପୋକ ଲାଗିବାରୁ ଧାନଗୁଡିକ ଅଗାଡ଼ି ହୋଇଯାଉଛି । ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ଏହି ପୋକ ବ୍ୟାପିବାରେ ଲାଗିଛନ୍ତି । ଚାଷୀମାନେ ଚଳିତ ବର୍ଷ ବର୍ଷା ଅଭାବରୁ ବହୁ କଷ୍ଟରେ ଧାର କରଜ କରି ଚାଷ କରିଥିଲେ । ଏବେ ଚକଡ଼ା ପୋକ ଦାଉ ସାଧିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସେପଟେ ଏନେଇ ବାରମ୍ବାର କୃଷି ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.