ବୌଦ୍ଧ: ବୌଦ୍ଧରେ ସମ୍ବିଧାନ ପ୍ରଣେତା ବାବା ସାହେବ ବି ଆର ଆମ୍ବେଦକରଙ୍କ 130ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇ ମହାପୁରୁଷଙ୍କ ସ୍ମୃତିଚାରଣ କରାଯାଇଥିଲା ।
ଲକଡାଉନ ଯୋଗୁଁ ଅତ୍ୟନ୍ତ ନିରାଡମ୍ବର ଭାବରେ କେବଳ ପାଞ୍ଚ ଜଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଭାଗନେଇ ସେହି ଯୁଗ ପୁରୁଷଙ୍କ ସ୍ମୃତିଚାରଣ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ