ETV Bharat / state

ଘୋଷଯାତ୍ରା: ପାତାଳୀ ଶ୍ରୀକ୍ଷେତ୍ରରେ ରଥକାଠ ଅଭାବ, ଶ୍ରଦ୍ଧାଳୁ ଅସନ୍ତୋଷ - ପାତାଳୀ ଶ୍ରୀକ୍ଷେତ୍ର

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ଲୀଳା କ୍ଷେତ୍ର ପାତାଳୀ ଶ୍ରୀ କ୍ଷେତ୍ର । ଏଠାରେ ଠାକୁରଙ୍କ ବାର ମାସରେ ତେର ପର୍ବ । କିନ୍ତୁ ସବୁଠାରୁ ବଡପର୍ବ ଘୋଷଯାତ୍ରା ନିମନ୍ତେ ରଥ କାଠ ମିଳୁନଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 22, 2019, 4:22 PM IST

ବୌଦ୍ଧ: ଚତୁର୍ଦ୍ଧାମୂର୍ତ୍ତୀଙ୍କ ରଥ ନିର୍ମାଣ ପାଇଁ ନାହିଁ କାଠ । ରଥଯାତ୍ରାରୁ ମାତ୍ର ଆଉ ଦିନ କେତେଟା ବାକି ଥିବାବେଳେ ରଥ କିପରି ନିର୍ମାଣ ହେବ, ତାକୁ ନେଇ ଚିନ୍ତାରେ ବୌଦ୍ଧବାସୀ । ବୌଦ୍ଧରେ ପ୍ରସିଦ୍ଧି ଲାଭ କରିଥିବା ପାତାଳୀ ଶ୍ରୀକ୍ଷେତ୍ରରେ କାଠର ଅଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସାରା ରାଜ୍ୟରେ ପାତାଳୀ ଶ୍ରୀକ୍ଷେତ୍ର ଅନନ୍ୟ ପରିଚୟ ପାଇଥିବାବେଳେ ରଥ ପାଇଁ ବନବିଭାଗ ଦେଉ ନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଏପରିକି ରଥକାଠ ଯୋଗାଇ ଦେବା ପାଇଁ ଜଙ୍ଗଲ ବିଭାଗକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ବନ ବିଭାଗର ଏଥିପ୍ରତି ନିଘା ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.