ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ଗଞ୍ଜେଇ ଚାଷ, ଧ୍ବଂସ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

author img

By

Published : Dec 7, 2019, 12:11 PM IST

ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଶଗଡା, ଆମ୍ବଝରୀ, ଗୁନ୍ଦୁଳିଆ, ବ୍ରାହ୍ମଣୀପାଲି,ବଘିଆପଡା, ବରଗୋଛା, ନାରାୟଣପ୍ରସାଦ, ଲମ୍ବସରୀ, ବିଳାସପୁର ଭଳି ପଞ୍ଚାୟତର ଜଙ୍ଗଲ ଜମିରେ ହଜାର ହଜାର ହେକ୍ଟର ହୋଇଛି ବେଆଇନ ଗଞ୍ଜେଇ ଚାଷ । ଅଧିକ ପଢନ୍ତୁ...

କୋଟିକୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ: ଧ୍ବଂସ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ବୌଦ୍ଧ: ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବାକୁ ପୁରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଗରିବ ଆଦିବାସୀଙ୍କୁ ପ୍ରଲୋଭିତ କରି ମାଫିଆମାନେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚଳାଇଥିବା ଏହି ବେଆଇନ କାର୍ଯ୍ୟକୁ ମୂଳପୋଛ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲରେ ହୋଇଛି ବ୍ୟାପକ ବେଆଇନ ଗଞ୍ଜେଇ ଚାଷ । ବିଶେଷ ଭାବେ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଶଗଡା, ଆମ୍ବଝରୀ, ଗୁନ୍ଦୁଳିଆ, ବ୍ରାହ୍ମଣୀପାଲି,ବଘିଆପଡା, ବରଗୋଛା, ନାରାୟଣପ୍ରସାଦ, ଲମ୍ବସରୀ , ବିଳାସପୁର ଭଳି ପଞ୍ଚାୟତର ଜଙ୍ଗଲ ଜମିରେ ହଜାର ହଜାର ହେକ୍ଟର ହୋଇଛି ବେଆଇନ ଗଞ୍ଜେଇ ଚାଷ ।

ସ୍ଥାନୀୟ ଗରିବ ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରି ଆନ୍ତଃରାଜ୍ୟ ମାଫିଆ ଚଳାଉଛନ୍ତି ଏହି ବେଆଇନ କାର୍ଯ୍ୟ । ଜଙ୍ଗଲୀ ଝରଣା ଓ ନାଳ ପାଣିକୁ ବ୍ୟବହାର କରି ସେଥିରେ ପେଷ୍ଟ୍ରିସାଇଡ, ସାର ପ୍ରୟୋଗ କରି ଉନ୍ନତ ଶୈଳୀରେ ହେଉଛି ଏହି ଚାଷ । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି ।

ବିଗତ ପ୍ରାୟ କୋଡିଏ ଦିନ ହେଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଏହି ଚଢ଼ାଉ ଓ ନଷ୍ଟ କରାଯାଉଛି ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ । ଏବେ ଗଞ୍ଜେଇ ସମ୍ପୂର୍ଣ୍ଣ ଅମଳକ୍ଷମ ହୋଇଥିବାରୁ ଗଛକୁ କାଟି ସେଥିରେ ନିଆଁ ଲଗାଯାଉଛି । ଅବକାରୀ ବିଭାଗ ସହିତ ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗ ମିଳିତ ଚଢ଼ାଉ କରି ଏହି ବେଆଇନ କାର୍ଯ୍ୟକୁ ଦମନ ଚଳାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବେଆଇନ ଗଞ୍ଜେଇ ଚାଷ କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବାକୁ ପୁରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ ।ଗରିବ ଆଦିବାସୀ ଙ୍କୁ ପ୍ରଲୋଭିତ କରି ମାଫିଆମାନେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚଳାଇଥିବା ଏହି ବେଆଇନ କାର୍ଯ୍ୟ କୁ ମୂଳପୋଛ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲରେ ହୋଇଛି ବ୍ୟାପକ ବେଆଇନ ଗଞ୍ଜେଇ ଚାଷ ।ବିଶେଷ ଭାବେ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଶଗଡା, ଆମ୍ବଝରୀ, ଗୁନ୍ଦୁଳିଆ, ବ୍ରାହ୍ମଣୀପାଲି,ବଘିଆପଡା, ବରଗୋଛା, ନାରାୟଣପ୍ରସାଦ,ଲମ୍ବସରୀ ,ବିଳାସପୁର ଭଳି ପଞ୍ଚାୟତ ର ଜଙ୍ଗଲ ଜମିରେ ହଜାର ହଜାର ହେକ୍ଟର ହୋଇଛି ବେଆଇନ ଗଞ୍ଜେଇ ଚାଷ ।ସ୍ଥାନୀୟ ଗରିବ ଆଦିବାସୀ ଲୋକଙ୍କୁ ପ୍ରଲୋଭିତ କରି ଆନ୍ତରାଜ୍ୟ ମାଫିଆ ମାନେ ଚଳାଉଛନ୍ତି ଏହି ବେଆଇନ କାର୍ଯ୍ୟ ।ଜଙ୍ଗଲୀ ଝରଣା ଓ ନାଳ ପାଣିକୁ ବ୍ୟବହାର କରି ସେଥିରେ ପେଷ୍ଟ୍ରିସାଇଡ,ସାର ପ୍ରୟୋଗ କରି ଉନ୍ନତ ଶୈଳୀରେ ହେଉଛି ଏହି ଚାଷ ।କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟ କୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି ।ବିଗତ ପ୍ରାୟ କୋଡିଏ ଦିନ ହେଲା ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଏହି ଚଢ଼ାଉ ଓ ନଷ୍ଟ କରାଯାଉଛି ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ।ଏବେ ଗଞ୍ଜେଇ ସମ୍ପୂର୍ଣ୍ଣ ଅମଳକ୍ଷମ ହୋଇଥିବାରୁ ଗଛକୁ କାଟି ସେଥିରେ ନିଆଁ ଲଗାଯାଉଛି ।ଅବକାରୀ ବିଭାଗ ସହିତ ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗ ମିଳିତ ଚଢ଼ାଉ କରି ଏହି ବେଆଇନ କାର୍ଯ୍ୟ କୁ ଦମନ ଚଳାଇଛନ୍ତି ।

Body:ଜଙ୍ଗଲ ଭିତରେ ଚାଲିଛି କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ ।

Conclusion:ବାଇଟ-୧-ରମେଶ ଚନ୍ଦ୍ର ମହାନ୍ତି,ଅବକାରୀ ଉପ ନିରୀକ୍ଷକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.