ETV Bharat / state

Panchayat Poll: ଭିନ୍ନ ଶୈଳୀରେ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ

author img

By

Published : Feb 16, 2022, 9:47 PM IST

ବୌଦ୍ଧରେ ନିଜ ନିଜର ଅଭିନବ ଶୈଳୀରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ । କିଏ ଯାତ୍ରା ମଞ୍ଚ ଛାଡି ପ୍ରାର୍ଥୀ ହୋଇଛି ତ ପୁଣି କିଏ ଗୀତ ଗାଇ କିମ୍ବା ଲୋକଙ୍କ କାମ କରି ଭୋଟରଙ୍କ ନିକଟରେ ପହଞ୍ଚୁଛି । ଅଧିକ ପଢନ୍ତୁ

Panchayat Poll: ଭିନ୍ନ ଶୈଳୀରେ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ
Panchayat Poll: ଭିନ୍ନ ଶୈଳୀରେ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିନବ ଶୈଳୀରେ ପ୍ରାର୍ଥୀଙ୍କ ପ୍ରଚାର ଦେଖିବାକୁ ମିଳୁଛି । ବଢିଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଜିଲ୍ଲାର ଅନ୍ୟତମ ବର୍ଷିଆନ ରାଜନେତା । ପୂର୍ବରୁ ସେ ସରପଞ୍ଚ ହୋଇ କୃତି ସରପଞ୍ଚ ଭାବରେ ପଞ୍ଚାୟତ ପାଇଁ ଗୌରବ ଆଣିଥିବା ବେଳେ ବର୍ତ୍ତମାନ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ତେବେ ନିଜ ପାଇଁ ଆଦୌ କୌଣସି ପ୍ରଚାର ହୋର୍ଡିଂ କିମ୍ବା ବ୍ୟାନରର ବ୍ୟବହାର ନକରି ନିଜେ ଭୋଟରଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ସରସରା ପଞ୍ଚାୟତର ମଞ୍ଚ ତଥା ଯାତ୍ରା କଳାକାର ମଞ୍ଚ ଛାଡି ସରପଞ୍ଚ ପଦରେ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଛତରଙ୍ଗ ପଞ୍ଚାୟତରେ ଜଣେ ପ୍ରାର୍ଥୀଙ୍କ ସ୍ବାମୀ ଆସନ୍ତା ପାଞ୍ଚ ବର୍ଷ ପାଇଁ ରାସନ କାର୍ଡ ଓ ଭୋଟରଙ୍କ ପୁଅଝିଅର ବିବାହରେ ଆର୍ଥିକ ସହାୟତାରେ ସହଯୋଗ କରିବେ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଚାର କରୁଥିବା ବେଳେ ୯ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ଲୋକଙ୍କ ନିକଟରୁ ଯାଇ ସାହାଯ୍ୟ ମାଗି ଭୋଟ ପାଇଁ ଭିକ୍ଷା କରୁଛନ୍ତି ।

ତେବେ ଆଉ ଜଣେ ଯୁବ ପ୍ରାର୍ଥୀ ଖୁଣ୍ଟବନ୍ଧ ପଞ୍ଚାୟତରୁ ସମିତି ସଭ୍ୟରେ ପ୍ରାର୍ଥୀ ହେବା ସହିତ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବାରୁ ସେ ବେଶ ଉତ୍ସାହିତ ଅଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.