ବୌଦ୍ଧ: ମହାବାତ୍ୟାକୁ ପୁରିଲା କୋଡିଏ ବର୍ଷ । କୋଡିଏ ବର୍ଷ ତଳେ ଅଙ୍ଗେ ନିଭେଇଥିବା ବୌଦ୍ଧ ଜିଲ୍ଲାପାଳ ବାତ୍ୟାର ଅନୁଭୂତିକୁ ଛାତ୍ରଛାତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ ।
ବୌଦ୍ଧ ସ୍ଥାନୀୟ ଟାଉନହଲଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରସମନ ଦିବସ ପାଳନ ହୋଇଛି । ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବାବେଳେ ଅତିଥି ଭାବେ ଏସପି ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ କୋଡିଏ ବର୍ଷ ତଳର ମହାବାତ୍ୟା କଥାକୁ ବର୍ଣ୍ଣନା କରିଥିଲେ ।
ଏହାସହ ବୌଦ୍ଧର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମହାବାତ୍ୟା ସମୟରେ ଜଗତସିଂହପୁର ତିର୍ତ୍ତୋଲର ବିଡ଼ିଓ ଥିଲେ । ବାତ୍ୟାର ସେହି କରାଳରୁପକୁ ଛାତ୍ରଛାତ୍ରୀଙ୍କ ଆଗରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଓଡସମା ଓ ଅଗ୍ନିଶମ ବିଭାଗପକ୍ଷରୁ ବିପର୍ଯ୍ୟୟ ମୁକାବିଲା କିଭଳି କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ