ETV Bharat / state

ସମସ୍ୟାରେ ଛନ୍ଦି ହୋଇଛି ତେଲିବନ୍ଧ ପଞ୍ଚାୟତ, ଆଜିବି ବିକାଶ ଅପହଞ୍ଚ - ସମସ୍ୟାରେ ତେଲିବନ୍ଧ ପଞ୍ଚାୟତ

ସମସ୍ୟାରେ ଉବୁଟୁବୁ ପଞ୍ଚାୟତ । ପଞ୍ଚାୟତ ରାସ୍ତା ଠାରୁ ନେଇ କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ମାର୍କେଟ କମ୍ପ୍ଲେକସ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି । ଅଧିକ ପଢ଼ନ୍ତୁ

ତେଲିବନ୍ଧ ପଞ୍ଚାୟତରେ ବାଟ ହୁଡ଼ିଛି ବିକାଶ
ତେଲିବନ୍ଧ ପଞ୍ଚାୟତରେ ବାଟ ହୁଡ଼ିଛି ବିକାଶ
author img

By

Published : Jul 20, 2022, 8:17 AM IST

ବୌଦ୍ଧ: ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି ପଞ୍ଚାୟତ । ଜାତୀୟ ରାଜପଥ ଠାରୁ ନେଇ ମହାନଦୀ ପର୍ଯ୍ୟନ୍ତ ବିସ୍ତୃତ ପଞ୍ଚାୟତ ନାନା ସମସ୍ୟା ଘେରରେ ରହିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ ରାସ୍ତାକୁ ଦେଖିଲେ ଏହାର ବାସ୍ତବ ଚିତ୍ର ଜଣାପଡ଼େ । ଆରଡି ବିଭାଗ ଅଧୀନରେ ଥିବା ଏହି ରାସ୍ତାରେ ବର୍ଷା ଦିନରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ଲହଡି ମାରୁଥିବା ବେଳେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡିରହିଛି ।

ତେଲିବନ୍ଧ ପଞ୍ଚାୟତରେ ବାଟ ହୁଡ଼ିଛି ବିକାଶ

ଏଠାରେ ଥିବା ପ୍ରାଚୀନ ଡାକ ବଙ୍ଗଳାର ପୁନରୁଦ୍ଧାରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ରାଜପଥ କଡରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ସମସ୍ୟା ରହିଛି । ଏହାଛଡା ତେଲିବନ୍ଧ ପଞ୍ଚାୟତର କଲ୍ୟାଣ ମଣ୍ଡପରେ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି ଅଧପନ୍ତରିଆ ହୋଇ ପଡିରହିଛି । ସେପଟେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅନେକ ସ୍ଥାନରେ ଫାଟି ଆଁ କଲାଣି । ସମସ୍ୟାର ଲମ୍ବା ତାଲିକା ତେଲିବନ୍ଧରେ ରହିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ସରପଞ୍ଚ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.