ETV Bharat / state

Vote Boycott: ପାନୀୟଜଳ ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ - ବୌଦ୍ଧ ପାନୀୟଜଳ ଯୋଗାଣ

ଦୁର୍ଦ୍ଦିନରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଯୋଗାଣ ଦାୟିତ୍ୱରେ ଥିବା ଏସଇଏମ । ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Boudha SEM association will boycott the polls
ଭୋଟ ବର୍ଜନ କରିବେ ଜିଲ୍ଲାର ଦୁଇ ଶହରୁ ଉର୍ଦ୍ଧ୍ବ ପଞ୍ଚାୟତ SEM
author img

By

Published : Nov 24, 2021, 10:17 PM IST

ବୌଦ୍ଧ: ଦୁର୍ଦ୍ଦିନରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଯୋଗାଣ ଦାୟିତ୍ୱରେ ଥିବା ଏସଇଏମ । ଆଜି ସେମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ଦାବି ଜଣାଇବା ସହିତ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ଭୋଟ ବର୍ଜନ (Vote Boycott) କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଦୁର୍ଦ୍ଦିନରେ ବୌଦ୍ଧ ଜିଲ୍ଲାର ଦୁଇ ଶହରୁ ଉର୍ଦ୍ଧ୍ବ ଏସଇଏମଙ୍କ ପରିବାର । ଜିଲ୍ଲାର 69 ଗୋଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ଦାୟିତ୍ୱରେ ଥିବା ଏସଇଏମ ସେମାନଙ୍କୁ ଜଳଯୋଗାଣ ବିଭାଗର କର୍ମଚାରୀ ମାନ୍ୟତା ଦାବି ସହିତ ସମାନ କାମକୁ ସମାନ ଦରମା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଶତାଧିକ ଏସଇଏମ ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

ଭୋଟ ବର୍ଜନ କରିବେ ଜିଲ୍ଲାର ଦୁଇ ଶହରୁ ଉର୍ଦ୍ଧ୍ବ ପଞ୍ଚାୟତ SEM

ଆଜିର ମହଙ୍ଗା ଦୁନିଆରେ ମାସିକ ମାତ୍ର ଦୁଇ ହଜାର ଟଙ୍କାର ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଥିବା ବେଳେ କରୋନା ସମୟରେ ଜୀବନ କୁ ବାଜି ଲଗାଇ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ କରିଥିବା ଏହି ଏସଇଏମ ମାନଙ୍କୁ ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି ।ଆଜି ଜିଲ୍ଲା ଏସଇଏମ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଆଠ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବ ବେଳେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ସହିତ ଏଥିରେ ସମ୍ପୂର୍ଣ୍ଣ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.