ETV Bharat / state

ମହାନଦୀରେ ଖେଳୁଛି କୁମ୍ଭୀର, ଆତଙ୍କିତ ନଦୀକୂଳିଆ ଲୋକେ

author img

By

Published : Aug 8, 2020, 6:24 PM IST

Updated : Aug 8, 2020, 7:33 PM IST

ବୌଦ୍ଧ ଜିଲ୍ଲାର ହରଭଙ୍ଗା ଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ମହାନଦୀ କୂଳିଆ ଲୋକେ କୁମ୍ଭୀର ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି । ମହାନଦୀ ରେ ବନ୍ୟା ପାଣିରେ ତଳ ମୁଣ୍ଡରେ ଥିବା ଟିକରପଡା ଅଞ୍ଚଳରୁ କୁମ୍ଭୀର ଚାଲିଆସିଥିବା ଆଲୋଚନା ହେଉଛି । ଏକାଧିକ କୁମ୍ଭୀର ଦେଖାଯାଉଥିଲେ ମଧ୍ୟ ଏନେଇ ଜଙ୍ଗଲ ବିଭାଗ ପାଖରେ କୌଣସି ତତ୍ପରତା ନାହିଁ ।

ମହାନଦୀରେ କୁମ୍ଭୀର ଯୋଗୁଁ ନଦୀକୂଳିଆ ଲୋକେ ଆତଙ୍କିତ

ବୌଦ୍ଧ: ମହାନଦୀରେ କୁମ୍ଭୀର ଆତଙ୍କ । ତେବେ ନଦୀକୂଳିଆ ଅଞ୍ଚଳରେ ଗତ ଦୁଇ ଦିନ ହେଲା ଏକାଧିକ କୁମ୍ଭୀର ଦେଖାଯାଉଥିଲେ ମଧ୍ୟ ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ ।

ମହାନଦୀରେ ଖେଳୁଛି କୁମ୍ଭୀର, ଆତଙ୍କିତ ନଦୀକୂଳିଆ ଲୋକେ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ମହାନଦୀ କୂଳିଆ ଲୋକେ କୁମ୍ଭୀର ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି । ମହାନଦୀରେ ବନ୍ୟା ପାଣିରେ ତଳ ମୁଣ୍ଡରେ ଥିବା ଟିକରପଡା ଅଞ୍ଚଳରୁ କୁମ୍ଭୀର ଚାଲିଆସିଥିବା ଆଲୋଚନା ହେଉଛି ।

ତେବେ ଏହା ଗୋଟିଏ କୁମ୍ଭୀର ନା ଅଧିକ ତାହା ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଧଳପୁର, ହରଭଙ୍ଗା, କରଡି, ବଙ୍କାପଡା ଭଳି ନଦୀକୂଳିଆ ଲୋକମାନେ କୁମ୍ଭୀର ଆତଙ୍କ ଯୋଗୁଁ ନଦୀକୁ ଭୟରେ ଗାଧୋଇବାକୁ ଯାଉ ନାହାଁନ୍ତି ।

କରଡି ମହାଦେବ ମନ୍ଦିର ଘାଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୁମ୍ଭୀରଟି ରହିଥିବା ବେଳେ ଶନିବାର ଆହୁରି ଉପରକୁ ଆସିଥିବା ଅନୁମାନ କରାଯାଉଛି । ତେବେ କୁମ୍ଭୀର ଘଡିଆଳ ପ୍ରଜାତିର ହୋଇଥିବା ଅନୁମାନ କରାଯାଉଛି । ସେପଟେ ଜଙ୍ଗଲ ବିଭାଗ ପାଖରେ କିନ୍ତୁ ଏନେଇ କୌଣସି ସୂଚନା ନଥିବାରୁ ତୁରନ୍ତ ଏଦିଗରେ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Aug 8, 2020, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.