ETV Bharat / state

ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ - DEADBODY FOUND in boudha

ବୌଦ୍ଧ ଜିଲ୍ଲାର ତେଲିବନ୍ଧ ହାଟପଦା ନିକଟସ୍ଥ ଏକ ବୁଦାମୂଳରେ ନିଖୋଜ ପଙ୍କଜିନୀଙ୍କ ମୃତଦେହ ଠାବ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

DEADBODY FOUND
ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ
author img

By

Published : Dec 18, 2019, 8:58 PM IST

ବୌଦ୍ଧ: ଜିଲ୍ଲାରେ ଚାଞ୍ଚଲ୍ୟ । ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ । ତେଲିବନ୍ଧ ହାଟପଦା ନିକଟସ୍ଥ ଏକ ବୁଦାମୂଳରେ ତାଙ୍କ ମୃତଦେହ ଠାବ କରିଛି ପୋଲିସ । ଦୀର୍ଘ 8 ଦିନ ହେଲା ସେ ନିଖୋଜ ଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି ।

ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ

ସୂଚନା ଅନୁସାରେ, ଗତ 8 ଦିନ ହେଲା ନିଖୋଜ ଥିଲେ ପଙ୍କଜିନୀ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ପଙ୍କଜିନୀଙ୍କ ନିଖୋଜ ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏସପି । ବହୁ ଖୋଜଖୋଜି ପରେ ତାଙ୍କ ମୃତଦେହ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା ପରେ ଫୋପଡି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ପ୍ରକାଶ ଯେ, ଯୌତୁକ ପାଇଁ ଶାଶୁଘର ଲୋକେ ଦୀର୍ଘ ଦିନରୁ ପଙ୍କଜିନୀଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଈଟିଭି ଭାରତର ମହାପ୍ରଭାବ ।ଖବର ପ୍ରସାରଣର ଚବିଶ ଘଣ୍ଟା ମଧ୍ୟରେ ନିଖୋଜ ପଙ୍କଜିନୀର ଶବ ବୌଦ୍ଧ ପୋଲିସ ର ହାତ ଲାଗିଛି ଓ ଅଭିଯୁକ୍ତ ସ୍ବାମୀ କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।
କାଶଲପୁର ଗ୍ରାମର ବଶିଷ୍ଠ ପ୍ରଧାନ ଙ୍କ ସ୍ତ୍ରୀ ପଙ୍କଜିନୀ ଗତ ଆଠ ଦିନରୁ ନିଖୋଜକୁ ନେଇ ଗତ କାଲି ଈଟିଭି ଭାରତରେ ତାଙ୍କୁ ହତ୍ୟା କରାଯାଇଥିବା ଖବର,ଯାହାକି ପଙ୍କଜିନୀ ଙ୍କ ଭଉଣୀ ସେବତୀ ଙ୍କ ଅଭିଯୋଗ କ୍ରମେ ପ୍ରସାରଣ ହୋଇଥିଲା ।ତାର ଚବିଶ ଘଣ୍ଟା ନପୁରୁଣୁ ବୌଦ୍ଧ ଏସପି ଭି ରଘୁନାଥ ରାଓଙ୍କ ନିର୍ଦ୍ଦେଶ ପ୍ରକାରେ ବୌଦ୍ଧ ପୋଲିସ ଆକ୍ସନ ମୁଡକୁ ଆସିଥିଲା ।ବୁଧବାର ଅପରାହ୍ନରେ ତେଲିବନ୍ଧ ହାଟପଦା ନିକଟସ୍ଥ ଏକ ବୁଦାମୂଳରେ ଏକ ପରିତ୍ୟକ୍ତ ଶବ ପଡି ଥିବାର ଜଣାପଡିଥିଲା ।ଏଠାରେ ପ୍ରକାଶ ଥାଉକି କାଶଲପୁର ଗାଁରେ ବାର ବର୍ଷ ତଳେ ବଶିଷ୍ଠ ପ୍ରଧାନ ଙ୍କୁ ଇଛାପୁରର କପିଳ ଭୋଇଙ୍କ ଝିଅ ପଙ୍କଜିନୀ ଙ୍କୁ ବିବାହ କରିଥିଲେ ।କିନ୍ତୁ ଏକ ମୋଟର ସାଇକେଲ ଯୌତୁକ ରେ ପ୍ରଦାନ ପାଇଁ ଦାବୀ କରି ଦୀର୍ଘ ଦିନ ହେଲା ବଶିଷ୍ଠ ପଙ୍କଜିନୀ ଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ।କିନ୍ତୁ ଗତ ଆଠ ଦିନ ହେବ ପଙ୍କଜିନୀ ନିଖୋଜ ପରଠାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ ।ଆଉ ଏସମ୍ପର୍କରେ ଈଟିଭି ଭାରତରେ ସର୍ବ ପ୍ରଥମେ ଓ ଏକମାତ୍ର ଗଣ ମାଧ୍ୟମ ଭାବରେ ଗତକାଲି ଏହାର ଖବର ପ୍ରସାରଣ ହୋଇଥିଲା ।ଏହାର ଚବିଶ ଘଣ୍ଟା ନପୁରୁଣୁ ପଙ୍କଜିନୀ ଙ୍କ ଶବ ମିଳିବା ପରେ ଏବେ ପଙ୍କଜିନୀ ଙ୍କ ପରିବାର ଅଭିଯୁକ୍ତ ସ୍ବାମୀ ଙ୍କୁ କଠୋର ଦଣ୍ଡ ବିଧାନ କରି ନ୍ୟାୟ ପ୍ରଦାନ ପାଇଁ ଗୁହାରୀ କରିଛନ୍ତି ।

Body:ଈଟିଭି ଭାରତର ମହାପ୍ରଭାବ,ଖବର ପ୍ରସାରଣ ର ଚବିଶ ଘଣ୍ଟା ନପୁରୁଣୁ ବୌଦ୍ଧ ପୋଲିସକୁ ପଙ୍କଜିନୀ ହତ୍ୟାକାଣ୍ଡ ର ସୁରାକ ମିଳିଲା ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.