ETV Bharat / state

ବୌଦ୍ଧରେ ସାବାଡ ହେବେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ - ନକଲି ଶିକ୍ଷକ

ବୌଦ୍ଧ ଜିଲ୍ଲା ପ୍ରଶାସନର ଜିରୋ ଟଲେରାନ୍ସ ନୀତି । ସାବାଡ୍ ହେବେ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ । ଅଧିକ ପଢନ୍ତୁ

ବୌଦ୍ଧରେ ସାବାଡ ହେବେ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ

author img

By

Published : Aug 28, 2022, 9:58 AM IST

ବୌଦ୍ଧ: ଆକ୍ସନ ମୋଡ୍‌ରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ପ୍ରଶାସନର ଜିରୋ ଟଲେରାନ୍ସ ନୀତିରେ ସାବାଡ୍ ହେଉଛନ୍ତି ନକଲି ଶିକ୍ଷକ । ଦୁଇ ଦିନ ପୂର୍ବରୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ପୁଣି ଜଣେ ଜାଲ୍ ସାର୍ଟିଫିକେଟଧାରୀ ଶିକ୍ଷକ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଯାହାକୁ ନେଇ ନକଲି ଶିକ୍ଷକଙ୍କ ମଧ୍ୟରେ ଏବେ କୋକୁଆ ଭୟ ଖେଳିଯାଇଛି ।

ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ

ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ ଦୁର୍ନୀତିରେ ବୁଡି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ(Satya Ranjan Sahoo) କାର୍ଯ୍ୟରେ ଯୋଗ ଦେବା ପରେ ସେ ପ୍ରଥମେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଛନ୍ତି । ନୂତନ ଜିଲ୍ଲାପାଳ ଲଗାତାର ବୌଦ୍ଧ ଜିଲ୍ଲାର ବିଭିନ୍ନ ୫ଟି ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି । ସେପଟେ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ନକଲି ଶିକ୍ଷକଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଜାଲ ଶିକ୍ଷାଗତ ସାର୍ଟିଫିକେଟ୍, ଜାଲ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକ ବୃତ୍ତି ହାତେଇଥିବା ଶତାଧିକ ନକଲି ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇ ସାରିଥିବା ସୂଚନା ମିଳିଛି । ଖୁବଶୀଘ୍ର ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।

ଦୁଇ ଦିନ ପୂର୍ବରୁ ତେଲିବନ୍ଧ ୫ଟି ହାଇସ୍କୁଲର ସହକାରୀ ଶିକ୍ଷକଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଶିକ୍ଷା ବିଭାଗ ନିଲମ୍ବିତ କରିଥିଲା । ଶୁକ୍ରବାର ହାଟଗାଁର ଜନୈକ ଶିକ୍ଷକଙ୍କୁ ନକଲି ପ୍ରମାଣପତ୍ର ଅଭିଯୋଗରେ ବୌଦ୍ଧ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଛି । ଏହିଭଳି ନକଲି ଶିକ୍ଷକଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇସାରି ଥିବାବେଳେ ଆଗାମୀ ଦିନରେ ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କୁହାଯାଉଛି । ଯାହାକୁ ନେଇ ଠକ ଶିକ୍ଷକ ମହଲରେ ଛନକା ପଶିଯାଇଛି ।

ଗତ ବୁଧବାର ଆଉ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବଘିଆପଡାର ପିଇଓଙ୍କୁ ନିଲମ୍ବିତ କରିଥିଲେ (corruption charges against govt employees)। ପୂର୍ବରୁ ସେ ଖୁଣ୍ଟବନ୍ଧର ପିଇଓ ଦାୟିତ୍ବରେ ଥିଲେ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁଇ ଦୁଇଟି ରାସ୍ତା ନିର୍ମାଣ କରାନଯାଇ ମିଥ୍ୟା ବିଲ୍‌ ଭାଉଚର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ ହୋଇଥିଲା । ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାରେ ସେ ଜଡିତ ଥିବାର ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.