ETV Bharat / state

Millets Day: ବୌଦ୍ଧରେ ଖୋଲିଲା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ୍‌ - ଓଡିଶା ମିଲେଟ ମିଶନ

ଆଜି ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ନିକଟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଅଧିକ ପଢନ୍ତୁ

Millets Day: ବୌଦ୍ଧରେ ଖୋଲିଲା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ

author img

By

Published : Nov 10, 2022, 1:59 PM IST

ବୌଦ୍ଧ: ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ରାଜ୍ୟବ୍ୟାପୀ 'ମାଣ୍ଡିଆ ଦିବସ' ଭାବରେ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ ଓଡିଶା ମିଲେଟ ମିଶନ ପକ୍ଷରୁ ପ୍ରଥମ ଥର ମାଣ୍ଡିଆ ଦିବସ(Millets Day) ପାଳନ କରୁଛି ଓଡିଶା । ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯାଇଛି । ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ନିକଟରେ ମଧ୍ୟ ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଆରିଶା, ଲଡୁ, କେକ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀର ସ୍ବତନ୍ତ୍ର ଷ୍ଟଲ ଖୋଲାଯାଇଛି । ମାଣ୍ଡିଆ ଭଳି ଶସ୍ୟରୁ ଏଭଳି ସୁସ୍ବାଦୁ ଖାଦ୍ୟ ପାଇଁ ଷ୍ଟଲରେ ବିଭିନ୍ନ ବର୍ଗର ଲୋକେ, ଛାତ୍ରଛାତ୍ରୀ ବେଶ ଆଗ୍ରହର ସହିତ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

Millets Day: ବୌଦ୍ଧରେ ଖୋଲିଲା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଷ୍ଟଲ୍‌

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବା ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ସହଯୋଗ ଆରମ୍ଭ ହୋଇଛି । ପୂର୍ବରୁ ଏହି ମାଣ୍ଡିଆ ଚାଷ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା । ହେଲେ ବର୍ତ୍ତମାନ ରାଜ୍ୟ ସରକାର ପୁଣିଥରେ ମାଣ୍ଡିଆ ଚାଷ ଓ ଏହାର ଉତ୍ପାଦନ ସାମଗ୍ରୀର ଗ୍ରହଣୀୟତା ବୃଦ୍ଧି ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ଘରେ ଘରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Millet Divas: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା

ତେବେ ମାଣ୍ଡିଆ ଦିବସ ପାଳନ ଅବସରରେ ବୁଧବାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଥିଲେ ଯେ, ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିଛନ୍ତି । ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡିଶା ମିଲେଟ ମିଶନକୁ ସଂପ୍ରସାରିତ କରାଯାଇଛି ।

ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ପାହାଡିଆ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନିଆଯାଇଛି । ବୃହତ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.