ETV Bharat / state

ଆମ୍ବୁଲାନ୍ସ ଡ୍ରାଇଭରଙ୍କ 6 ଦଫା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ବୌଦ୍ଧ ନ୍ୟୁଜ

6ଦଫା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଜିଲ୍ଲାର କାର୍ଯ୍ୟରତ 60 ଜଣ ଆମ୍ବୁଲାନ୍ସ ଡ଼୍ରାଇଭର । ଅଧିକ ପଢନ୍ତୁ

ambulance driver protest
ambulance driver protest
author img

By

Published : Jul 8, 2023, 1:14 PM IST

ambulance driver protest

ବୌଦ୍ଧ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କୁ ସହାୟତା ଯୋଗାଇ ଆସୁଥିବା ଆମ୍ବୁଲାନ୍ସ କର୍ମଚାରୀ ଏବେ ଦୁର୍ଦ୍ଦିନରେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚାଇବା ସହିତ ଅନେକ ସମୟରେ ରୋଗୀମାନଙ୍କୁ ଜଙ୍ଗଲ ଓ ନାଳ ପାରି କରି ବୋହି ଆଣି ଡାକ୍ତରଖାନାରେ ପହଞ୍ଚାଇବାରେ ସହଯୋଗ କରିଥାନ୍ତି । ତେବେ ବର୍ତ୍ତମାନ ଏହି ଆମ୍ବୁଲାନ୍ସ ଡ୍ରାଇଭରମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଥିବାବେଳେ ସେସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 6 ଦଫା ଦାବି ଜଣାଇଛନ୍ତି ଜିଲ୍ଲାର କାର୍ଯ୍ୟରତ ୬୦ ଜଣ ଆମ୍ବୁଲାନ୍ସ ଡ୍ରାଇଭର ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବଡ ଭୂମିକା ରହିଆସିଛି । କିନ୍ତୁ ସେମାନଙ୍କ ସେବା ତୁଳନାରେ ଦରମା ଅତି କମ ରହୁଥିବା କାରଣରୁ ପରିବାର ଚଳାଇବା କଷ୍ଟକର ହେଉଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବୁଆଶୁଣି, ପୁରୁଣା କଟକ ଓ ଆଢେଣିଗଡ ଭଳି ସ୍ଥାନରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଜିଲ୍ଲାର ୬୦ ଜଣ ଆମ୍ବୁଲାନ୍ସ ଡ୍ରାଇଭର ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଅଛନ୍ତି । ଏନେଇ ୧୧ଟି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା ୬୦ ଜଣ ଆମ୍ବୁଲାନ୍ସ ଡ୍ରାଇଭର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ୨୮ ମାସ ହେବ ବାକି ପଡିଛି ଟଙ୍କା, ଦାବି ପୂରଣ ନେଇ ଖୁଚୁରା ବିକ୍ରେତାଙ୍କ ଧାରଣା

ଏହା ମଧ୍ୟ ପଢନ୍ତୁ - ମଦ ଦୋକାନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ବିଶେଷ ଭାବରେ ଆମ୍ବୁଲାନ୍ସ ଡ୍ରାଇଭର ୧୨ ଘଣ୍ଟା କାର୍ଯ୍ୟ କରୁଥିଲେ ମଧ୍ୟ ଦରମା କିନ୍ତୁ ଆବଶ୍ୟକ ମୁତାବକ ପାଉନଥିବା ସେମାନେ ଅଭିଯୋଗ କରିଛନ୍ତି । କୋଡ଼ିଏ ଲକ୍ଷ ଟଙ୍କାର ବୀମା, ସମାନ କାମକୁ ସମାନ ଦରମା, ବିଶ୍ରାମ ସ୍ଥଳ, ଅଘଟଣ ସମୟରେ ସୁରକ୍ଷା ଭଳି ୬ ଗୋଟି ଦାବି ନେଇ ବୌଦ୍ଧ ଜିଲ୍ଲାର ଆମ୍ବୁଲାନ୍ସ ଡ୍ରାଇଭରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଆମ୍ବୁଲାନ୍ସ ଡ୍ରାଇଭର ଯୁବରାଜ ସିଂ କହିଛନ୍ତି ଯେ, ଆମେ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛୁ । ଜିଲ୍ଲାର ୧୧ଟି ଆମ୍ବୁଲାନ୍ସର ୬୦ ଜଣ ଡ୍ରାଇଭର ଆସିଛୁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.