ବୌଦ୍ଧ: ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଶୁକ୍ରବାର ଜିଲ୍ଲାରୁ ନୂତନ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟୀକା ଅଭାବରୁ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ବନ୍ଦ ରହିଛି ।
ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଶୁକ୍ରବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ରାମଗଡ ପଞ୍ଚାୟତର ମହୀବାହାଲ ଗ୍ରାମରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଆକ୍ରାନ୍ତଙ୍କ ମୃତ୍ୟୁର ଖବର ମଧ୍ୟ ସମସ୍ତଙ୍କୁ ଆତଙ୍କିତ କରିଛି । ଗୁରୁବାର ରାତିରେ କଣ୍ଟାମାଳ ବ୍ଲକର ଜଣେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ରାତିରେ ବୌଦ୍ଧ ଶ୍ମଶାନ ଘାଟରେ ପ୍ରଶାସନ ପକ୍ଷରୁ ଦାହ କରାଯାଇଥିବା ଜଣାପଡିଛି । ଗୋଟିଏ ପଟରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟରେ ଟୀକା ଅଭାବରୁ ବୌଦ୍ଧ ଠାରେ ଭେକ୍ସିନେସନ କାର୍ଯ୍ୟ ବନ୍ଦ ରହିଛି । ଫଳରେ ଆଜି ଅନେକ ଲୋକ ଟୀକାଗ୍ରହଣ କରିନପାରି ଫେରିଯାଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ