ETV Bharat / state

ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲାକୁ ପୁରିଲା ୩୦ ବର୍ଷ, ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସବର ମାହୋଲ - ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲା

31 years of establishment of Boudh district: ୩୧ ବର୍ଷରେ ପଦାର୍ପଣ କଲା ବୌଦ୍ଧ ଜିଲ୍ଲା । ସାରା ଜିଲ୍ଲାରେ ଉତ୍ସବର ମାହୋଲ ଥିବା ବେଳେ ବିଭିନ୍ନ ସଂଗଠନ ପାଳିଲା ବୌଦ୍ଧ ଦିବସ । ଅଧିକ ପଢନ୍ତୁ

Boudh at 31 years
Boudh at 31 years
author img

By ETV Bharat Odisha Team

Published : Jan 2, 2024, 5:15 PM IST

ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲାକୁ ପୁରିଲା ୩୦ ବର୍ଷ

ବୌଦ୍ଧ: ଜିଲ୍ଲା ଗଠନର ୩୦ ବର୍ଷ ପୁରିଛି । ଏ ନେଇ ସାରା ଜିଲ୍ଲାରେ ଉତ୍ସବମୁଖର ପରିବେଶ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ବାରା ଜାନୁଆରୀ ୨ ତାରିଖ ୧୯୯୪ ମସିହାରେ ବୌଦ୍ଧ ଜିଲ୍ଲାକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବିକାଶ ଘଟିଥିବା ବେଳେ ଆହୁରି ଅନେକ ବିକାଶର ପଥ ବାକି ରହିଥିବା ଜିଲ୍ଲାବାସୀ କହିଛନ୍ତି । ସେପଟେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଛି ବୌଦ୍ଧ ଦିବସ ।

ଜିଲ୍ଲା ପାଇଁ ଆଜି ନିଶ୍ଚିତ ଏକ ଐତିହାସିକ ଦିନ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ବାରା ଜାନୁଆରୀ ଦୁଇ ତାରିଖ ୧୯୯୪ ମସିହାରେ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା ବଉଦ ଜିଲ୍ଲା । ଦେଶ ସ୍ବାଧୀନତାଠାରୁ ବଉଦ କନ୍ଧମାଳ ଜିଲ୍ଲା ଭାବରେ ପରିଚିତ ଥିବା ବେଳେ ଆଜକୁ ଠିକ ତିରିଶ ବର୍ଷ ତଳେ ବଉଦ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ପୂର୍ବରୁ ଜିଲ୍ଲାର କେବଳ ବଉଦ ନିର୍ବାଚନ ମଣ୍ଡଳୀରେ ସୀମିତ ଥିବା ବେଳେ ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଓ କଣ୍ଟାମାଳ ବ୍ଲକର ଅଧିକାଂଶ ଅଞ୍ଚଳ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ସାମିଲ ଥିଲା ।

ଏହା ବି ପଢନ୍ତୁ- ବିକାଶର ଆଢୁଆଳରେ ବାଉଁଶୁଣୀ, ମାଳମାଳ ସମସ୍ୟାର ସମାଧାନ ପାଇଁ ଦାବି

କିନ୍ତୁ ଗତ ୨୦୦୯ ମସିହାରେ କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ଓ ବର୍ତ୍ତମାନ ବଉଦ ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଠାରୁ ଅଲଗା ହୋଇ ସମ୍ବଲପୁର ରାଜସ୍ବ କମିଶନର ଅଧୀନକୁ ଆସିଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଜିଲ୍ଲାର ଅନ୍ୟ ସମସ୍ତ ଉଚ୍ଚ କାର୍ଯ୍ୟାଳୟ ବ୍ରହ୍ମପୁରରେ ରହିଛି । ଏପରିକି ବଉଦ ପୋଲିସ ବିଭାଗ ବ୍ରହ୍ମପୁର ପୋଲିସ ଡିଆଇଜିଙ୍କ କାର୍ଯ୍ୟାଳୟ ଅଧୀନରେ ଆଜି ପର୍ଯ୍ୟନ୍ତ ରହିଛି । ବଉଦ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଉପରେ ୩ଟି ସେତୁ ନିର୍ମାଣ ସହିତ ତେଲନଦୀ ଉପରେ ଚାରିଗୋଟି ସୁଉଚ୍ଚ ସେତୁ ନିର୍ମାଣ ହୋଇଛି ।

ଏହା ବି ପଢନ୍ତୁ- ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା, ନାହାନ୍ତି ସ୍ଥାୟୀ ଡାକ୍ତର

କିନ୍ତୁ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଗମନାଗମନର ଅବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶର ପ୍ରକ୍ରିୟା ଜାରି ରହିଥିବା ବେଳେ ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି । ସେହିପରି ବଉଦର ପୂର୍ବତଟ ବିଧାୟକ ତଥା ବିଜୁବାବୁଙ୍କର ପ୍ରିୟ ସଚ୍ଚିଦାନନ୍ଦ ଦଲାଲ ନିଜ ସ୍ମୃତିକୁ ବର୍ଣ୍ଣନା କରିଛନ୍ତି । ସେପଟେ ଆଜି ବଉଦ ଜିଲ୍ଲା ୩୦ ବର୍ଷ ପୂର୍ତ୍ତି କରି ୩୧ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବଉଦ ଦିନ ପାଳନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.