ETV Bharat / state

ବ୍ୟାପକ ଦୁର୍ନୀତି ଯୋଗୁଁ ବନ୍ଦ ହେବ ପାଲଝାର ଫାର୍ମ !

ବୌଦ୍ଧ ଜିଲ୍ଲା ବଘିଆପଡା ନିକଟରେ ଥିବା ପାଲଝାର ଫାର୍ମରେ କୃଷି ବିଭାଗର ଉଦାସୀନତା ତଥା କର୍ମଚାରୀଙ୍କ ବ୍ୟାପକ ଦୁର୍ନୀତି ଯୋଗୁଁ ଏହି ପ୍ରାଚୀନ ଫାର୍ମରେ ତାଲା ଝୁଲିବାକୁ ଯାଉଛି ।

author img

By

Published : Jun 27, 2020, 4:08 PM IST

paljhara farm
ବ୍ୟାପକ ଦୁର୍ନୀତି ଯୋଗୁଁ ବନ୍ଦ ହେବ ପାଲଝାର ଫାର୍ମ !

ବୌଦ୍ଧ: କୃଷି ବିଭାଗର ଉଦାସୀନତା ତଥା କର୍ମଚାରୀଙ୍କ ବ୍ୟାପକ ଦୁର୍ନୀତି ଯୋଗୁଁ ଏକ ପ୍ରାଚୀନ ସରକାରୀ ଅନୁଷ୍ଠାନରେ ତାଲା ଝୁଲିବାକୁ ଯାଉଛି । ବୌଦ୍ଧ ଜିଲ୍ଲା ବଘିଆପଡା ନିକଟରେ ଥିବା ପ୍ରାଚୀନ ପାଲଝାର ଫାର୍ମ କୃଷି ବିଭାଗର ଉଦାସୀନତା ତଥା କର୍ମଚାରୀଙ୍କ ବ୍ୟାପକ ଦୁର୍ନୀତି ଯୋଗୁଁ ବନ୍ଦ ହେବାକୁ ଯାଉଛି ।

ସୂଚନା ମୁତାବକ, ପାଲଝାର ଫାର୍ମରେ କାର୍ଯ୍ୟରତ କର୍ମଚାରୀ ବ୍ୟାପକ ଅର୍ଥ ହେରଫେର ତଥା ଚଞ୍ଚକତା କରି ଏହି ପ୍ରାଚୀନ ଅନୁଷ୍ଠାନକୁ ବୁଡାଇ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର କୌଣସି ସରକାରୀ, ବେସରକାରୀ କିମ୍ବା ଏପରିକି ରାଜନୈତିକ ବ୍ୟକ୍ତି ବିଶେଷ ଏହାର ପୁନରୁଦ୍ଧାର ପାଇଁ ମୁହଁ ଖୋଲିଲେ ନାହିଁ ।

ଫଳରେ ଦିନକୁ ଦିନ ଏହି ଅନୁଷ୍ଠାନ ଦୁର୍ନୀତି ଖୋର କୃଷି ଅଧିକାରୀଙ୍କ ପାଇଁ ଏକ ଲୁଟଖାନା ପାଲଟିଗଲା । ପୂର୍ବରୁ କିଛି ମାତ୍ରାରେ କାଗଜପତ୍ରରେ ଠିକଠାକ ଦର୍ଶାଇ ଅର୍ଥ ହଡପ କରାଯାଉଥିବା ବେଳେ ଏବେ ଖୁଲମଖୁଲା ଲୁଟ ଚାଲିଛି । ଦୁର୍ନୀତିର ଗୁମର ଖୋଲିଯିବା ଆଶଙ୍କାରେ କିଛି ଦିନ ପୂର୍ବରୁ ଜଣେ କିରାଣୀଙ୍କୁ ଏଥିରେ ସଂଶ୍ଳିଷ୍ଟ ଦର୍ଶାଇ ନିଲମ୍ବିତ କରାଯାଇଛି । ତେବେ ପ୍ରକୃତ କଥା କିନ୍ତୁ ଭିନ୍ନ ପ୍ରକାର ବୋଲି ଚର୍ଚ୍ଚା ହେଉଛି । ଏଣୁ ଏହି ମହାଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣ ରେ ଦାବୀ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.