ବୌଦ୍ଧ: କୋରୋନାର ଦ୍ବିତୀୟ ଲହରରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଆଉ ଏଭଳି ସମୟରେ ବିଶେଷ ପ୍ରଭାବିତ ହେଉଛନ୍ତି ଗରିବ ଓ ଅସହାୟ ଲୋକେ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ପକ୍ଷରୁ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି ।
ପୌରାଞ୍ଚଳ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ବାରା ଦୁଇ ବେଳା ପ୍ରସ୍ତୁତ ରନ୍ଧା ଖାଦ୍ୟ ସହରର 30ଜଣ ଅସହାୟ ଲୋକଙ୍କ ଚିହ୍ନଟ କରାଯାଇ ରନ୍ଧା ଖାଦ୍ୟ ଯୋଗାଣ କରାଯାଉଥିବା ସୂଚନା ମିଳିଛି । ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କେଵଳ ପାର୍ସଲ ଆକାରରେ ଯୋଗାଣ ହେଉଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ