ETV Bharat / state

ଡାକ୍ତରଖାନା ପାଲଟିଛି ଅଳିଆ ଗଦା !

ସ୍ବଚ୍ଛତା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହା ଫେଲ ମାରିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଏଠି ଦେଖିବାକୁ ମିଳିଛି ସ୍ବଚ୍ଛତାର ନଗ୍ନ ଚିତ୍ର ।

author img

By

Published : May 15, 2019, 10:51 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗଦା ହୋଇ ରହିଛି କୁଢ କୁଢ ଆବର୍ଜନା । ଆମେ କହୁନାହୁଁ କୌଣସି ଡମ୍ପିଂୟାର୍ଡର କଥା । ଆମେ କହୁଛୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରମୁଖ ରାସ୍ତା କଡରେ ଥିବା ଆବର୍ଜନା କୁଣ୍ଡର କଥା । ଅଭିଯୋଗ ହେଉଛି କି, ଉକ୍ତ ସ୍ଥାନରୁ ଦୀର୍ଘ ଦିନ ଧରି ଅଳିଆ ସଫା ହେଉନାହିଁ । ଯାହାଫଳରେ ଆସୁଥିବା ରୋଗୀ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଆହୁରି ରୋଗଗ୍ରସ୍ତ ହୋଇଯିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହାର ତଦନ୍ତ କରିବାକୁ ବୁଧବାର ପୌର କର୍ମଚାରୀ, ନିର୍ବାହୀ ଅଧିକାରୀ ମେଡିକାଲ ମ୍ୟାନେଜରଙ୍କ ଉପସ୍ଥିତିରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଉକ୍ତ ଆବର୍ଜନା କୁଣ୍ଡରେ ସିରିଞ୍ଜ, କାଚବୋତଲ ଆଦି ପକାଇବାର ନିୟମ ନଥିଲେ ମଧ୍ୟ ମେଡିକାଲ କର୍ମଚାରୀଙ୍କ ଅବହେଳାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

ସରକାରୀ ମେଡିକାଲର ସ୍ବଚ୍ଛତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ମେଡିକାଲର ବର୍ଷ ବର୍ଷ ଧରି ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କାହିଁକି ସୁଧୁରି ପାରୁ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚିକିତ୍ସାଳୟର ଆଭ୍ୟନ୍ତରିଣ ବର୍ଜ୍ୟବସ୍ତୁପରିଚାଳନା ପାଇଁ ସବୁ ବ୍ୟବସ୍ଥା ରହିଥିଲେ ମଧ୍ୟ ସାଧାରଣ ବର୍ଜ୍ୟବସ୍ତୁ କୁଣ୍ଡରେ ଡାକ୍ତରଖାନାର ଅପରିଷ୍କାର ଦ୍ରବ୍ୟ ସବୁ ପକାଯିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଜଣାପଡିଛି ।

ତେବେ ଅତିଶୀଘ୍ର ମେଡିକାଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ସମସ୍ୟାର ସମାଧାନ ହୋଇ ଆବର୍ଜନା ସଫା ହେବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.