ବୌଦ୍ଧ: ବିଦେଶୀ ମଦ କାଉଣ୍ଟରର ଆଶାୟୀଙ୍କ ଠାରୁ ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା । ଜିଲ୍ଲାର ସମୁଦାୟ 14 ଟି କାଉଣ୍ଟର ପାଇଁ ଆଜି ଲଟେରୀ ମାଧ୍ୟମରେ ନୂତନ ପଟ୍ଟାଦାର ଚୟନ ହୋଇଛନ୍ତି ।
ସରକାର ବିଦେଶୀ ମଦ ବ୍ୟବସାୟକୁ ନେଇ ଲଟେରୀ କରିଛନ୍ତି । ଏହି ପରିପ୍ରେକ୍ଷିରେ ବୌଦ୍ଧ ଜିଲ୍ଲାର ସମୁଦାୟ 14 ଗୋଟି ବିଦେଶୀ ମଦ କାଉଣ୍ଟର ପାଇଁ ଆଜି ଲଟେରୀ ଉଠାଣ ହୋଇଛି । ଜିଲ୍ଲାର 14ଟି ବିଦେଶୀ ମଦ କାଉଣ୍ଟର ପାଇଁ 121 ଜଣ ଆଶାୟୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଉକ୍ତ ଆଶାୟୀଙ୍କ ଠାରୁ ସମୁଦାୟ ଏକ କୋଟି ଏକୋଇଶ ଲକ୍ଷ ଟଙ୍କା ରାଜସ୍ବ ସରକାରଙ୍କ ତହବିଲକୁ ଆସିଥିଲା । ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଲଟେରୀ ଉଠାଣ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରି ନୂତନ ପଟ୍ଟାଦାର ଚୟନ କରାଯାଇଥିଲା । ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଲଟେରୀ ଉଠାଣ ହୋଇଥିଲା ।
ଜିଲ୍ଲାର ହରଭଙ୍ଗା କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଥିବା କାଉଣ୍ଟର ସମେତ ବୌଦ୍ଧ ପୌରାଞ୍ଚଳରେ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଦୁଇ ନମ୍ବର କାଉଣ୍ଟର ପାଇଁ ମଧ୍ୟ ଲଟେରୀ ମାଧ୍ୟମରେ ନୂତନ ପଟ୍ଟାଦାର ଚୟନ ହୋଇଥିଲା
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ