ETV Bharat / state

ବୌଦ୍ଧରେ ଦରମା ବୃଦ୍ଧି ଦାବିରେ ଜୁନିୟର ଶିକ୍ଷକଙ୍କ ଦାବିପତ୍ର - ବୌଦ୍ଧ କନିଷ୍ଠ ଶିକ୍ଷକ

ବୌଦ୍ଧ ଜିଲ୍ଲାରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଦରମା ବୃଦ୍ଧି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Boudh junior teacher protest for increase of salary
ବୌଦ୍ଧରେ ଦରମା ବୃଦ୍ଧି ଦାବିରେ ଜୁନିୟର ଶିକ୍ଷକଙ୍କ ଦାବିପତ୍ର
author img

By

Published : Nov 2, 2021, 10:03 PM IST

ବୌଦ୍ଧ: ଜିଲ୍ଲାର ଜୁନିୟର ଶିକ୍ଷକଙ୍କ ଦରମା ବୃଦ୍ଧି ଦାବି । ଗୋଟିଏ ପଟରେ ଜିଲ୍ଲାର 32 ଗୋଟି ବିଦ୍ୟାଳୟ 5T ଅନ୍ତର୍ଗତ ପାଇଁ ବୈଠକ ଚାଲିଥିବା ବେଳେ ବାହାରେ ଜୁନିୟର ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରିଥିଲେ ।

ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ 5T ବିଦ୍ୟାଳୟ ପାଇଁ ବୈଠକ ଚାଲିଥିଲା । ଆଉ ବାହାରେ ଜିଲ୍ଲାର ଜୁନିୟର ଶିକ୍ଷକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଆନ୍ଦୋଳନ ଚଳାଇଥିଲେ । ବୌଦ୍ଧ ଜିଲ୍ଲାରେ ପୂର୍ବରୁ 10 ଗୋଟି ବିଦ୍ୟାଳୟ କୁ 5T ରେ ରୂପାନ୍ତରିତ ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ବର୍ତ୍ତମାନ ପୁଣିଥରେ ନୂତନ 32 ଗୋଟି ବିଦ୍ୟାଳୟ 5T ରେ ରୂପାନ୍ତରିତ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ, ନିର୍ବାଚିତ ପ୍ରତିନିଧି, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ବୌଦ୍ଧରେ ଦରମା ବୃଦ୍ଧି ଦାବିରେ ଜୁନିୟର ଶିକ୍ଷକଙ୍କ ଦାବିପତ୍ର

ସେପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଜିଲ୍ଲାର 73 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଦରମା ବୃଦ୍ଧି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଦୀର୍ଘ ଚାରି ବର୍ଷ ହେଲା ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପୂରଣ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଶିକ୍ଷକମାନେ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.