ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ତଳି ଅଞ୍ଚଳରେ ବର୍ଷା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜରୁରୀକାଳୀନ ସ୍ଥାନ ମଧ୍ୟ ଏଥିରୁ ବାଦ ପଡିନାହିଁ। ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଅବସ୍ଥା ଏବେ ସାଙ୍ଘାତିକ ହୋଇପଡିଛି ।
ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଲଗାଣ ବର୍ଷା ଯୋଗୁଁ ପାଣି ପଶିବା ସହ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଡାକ୍ତରଖାନାରେ ବେଡର ଅଭାବ ଯୋଗୁଁ ତଳେ ରୋଗୀ ଶୋଉଥିବା ବେଳେ ଛାତରୁ ପାଣି ଝରି ନାନା ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଯକ୍ଷ୍ମା ବିଭାଗ ଓ ପ୍ରସବ ବିଭାଗରେ ବର୍ଷା ପାଣି ପଶି ଯାଇଥିବା ବେଳେ ଚକ୍ଷୁ ଚିକିତ୍ସାଳୟରେ ସ୍ବିଚ୍ ବୋଡ ଭିତରୁ ବର୍ଷା ପାଣି ଝରୁଛି । ଡାକ୍ତରଖାନାର ଅନେକ ଜରୁରୀ ସାମଗ୍ରୀ ମଧ୍ୟ ନଷ୍ଟ ହେଉଥିବା ଦେଖାଯାଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ