ETV Bharat / state

ଆମେରିକାର ଟେକ୍ସାସ ୟୁନିଭର୍ସିଟି ପାଇଁ ଯୋଗ୍ୟ ବିବେଚିତ ହେଲେ କୃତି ବୈଜ୍ଞାନିକ ଲିପ୍ସା - କୃତି ବୈଜ୍ଞାନିକ ଲିପ୍ସା ମିଶ୍ର

ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସୁଶ୍ରୀ ଲିପ୍ସା ମିଶ୍ର । ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ଅଧିକ ଗବେଷଣା ନିମନ୍ତେ ଚୟନ ହୋଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଅଧିକ ପଢନ୍ତୁ

ଆମେରିକାର ଟେକ୍ସାସ ୟୁନିଭର୍ସିଟି
ଆମେରିକାର ଟେକ୍ସାସ ୟୁନିଭର୍ସିଟି
author img

By ETV Bharat Odisha Team

Published : Oct 16, 2023, 4:57 PM IST

ଆମେରିକାର ଟେକ୍ସାସ ୟୁନିଭର୍ସିଟି

ବୌଦ୍ଧ: ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସୁଶ୍ରୀ ଲିପ୍ସା ମିଶ୍ର । ଅପ୍ଟୋ ଇଲେକ୍ଟ୍ରୋନିକର ନାନୋ ମେଟେରିଆଲରେ ଗବେଷଣା କରି ଡକ୍ଟରେଟ ପାଇବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ ସୁଶ୍ରୀ । ବର୍ତ୍ତମାନ ସେ ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ଅଧିକ ଗବେଷଣା ନିମନ୍ତେ ଚୟନ ହୋଇଥିବା ସୂଚନା ମିଳିବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।

ତେବେ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ଓ କଲେଜରୁ ଅଧ୍ୟୟନ କରି ଅନେକ କୃତି ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ବେଶ କୃତିତ୍ୱ ହାସଲ କରିପାରିଛନ୍ତି । ବର୍ତ୍ତମାନ ସମୟରେ ଏଭଳି ଜଣେ ଛାତ୍ରୀଙ୍କ ସଫଳତାକୁ ନେଇ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ବାବୁସାହି ନିବାସୀ ଅବସରପ୍ରାପ୍ତ କୃତି ଶିକ୍ଷକ ରାଜେନ୍ଦ୍ର ମିଶ୍ର ଓ ପତ୍ନୀ ସିଗ୍ଧାରାଣୀ ଶୁକ୍ଳାଙ୍କ ଦୁଇ ଝିଅ ମଧ୍ୟରୁ ସାନ ଝିଅ ସୁଶ୍ରୀ ଲିପ୍ସା ମିଶ୍ର । ସେ ବୌଦ୍ଧର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଟାଉନ ବାଳିକା ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ । ଉଚ୍ଚ ଶିକ୍ଷା ଗ୍ରହଣ ପରେ ସେ ପାଟନା ଆଇଆଇଟିରୁ ଡକ୍ଟରେଟ୍ ହାସଲ କରିଥିବାବେଳ ଯୁବ ବୈଜ୍ଞାନିକ ଭାବରେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ICARର ୩୨ତମ ରାଙ୍କରେ ବୌଦ୍ଧର ଲିଙ୍କନ, ରାଜ୍ୟ ପାଇଁ ଆଣିଲେ ଗୌରବ

ଏହାଛଡା ଗତ ୨୦୨୧ ମସିହାରେ ସେ ଆନ୍ତର୍ଜାତିକ ସମ୍ମିଳନୀରେ ଅଂଶ ଗ୍ରହଣ କରି ନିଜ ଗବେଷଣାତ୍ମକ ନିବନ୍ଧ ପାଇଁ ସମ୍ମାନିତ ହୋଇଥିଲେ । ବର୍ତ୍ତମାନ ସୁଶ୍ରୀ ଲିପ୍ସା ଅଧିକ ଗବେଷଣା ନିମନ୍ତେ ଆମେରିକାର ଟେକ୍ସାସ ୟୁନଭର୍ସିଟିରେ ଅଧ୍ୟୟନ ପାଇଁ ଚୟନ ହେବା ପରେ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ବେଳେ ବୌଦ୍ଧ ପୌର ପ୍ରଶାସନ ପକ୍ଷରୁ ଡ. ଲିପ୍ସା ମିଶ୍ରଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ତେବେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏମ ଏସ ପାତ୍ର ପ୍ରମୁଖ ସୁଶ୍ରୀ ଲିପ୍ସାଙ୍କୁ ସମ୍ମାନିତ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.