ETV Bharat / state

ଖରିଫ ଚାଷ ଆରମ୍ଭରୁ ୟୁରିଆ ସାର କଳାବଜାରୀ ଆଶଙ୍କାରେ ଚାଷୀ

author img

By

Published : Jul 24, 2022, 4:35 PM IST

ସାରା ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷାକୁ ଦୃଷ୍ଟିରେ ରଖି ଏଥର ଖରିଫ ଚାଷ ଭଲ ହେବ । ଏନେଇ ଚାଷୀ ଆଶା ରଖିଛି । ଅଧିକ ପଢନ୍ତୁ

ଚାଲିଛି ଖରିଫ ଚାଷ, ୟୁରିଆ ସାର କଳା ବଜାରୀ ନେଇ ଚାଷୀ ମହଲରେ ଉଦବେଗ

ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଗଲାଣି ଖରିଫ ଚାଷ କାର୍ଯ୍ୟ । ଖରିଫ ଋତୁର ଚାଷ ପାଇଁ ଚାଷୀ ମହଲରେ ଚଳଚଞ୍ଚଳ ଦେଖା ଦେଇଛି । ତେବେ ଜିଲ୍ଲାକୁ ଖରିଫ ଚାଷ ପାଇଁ ୟୁରିଆ ସାର ଅଳ୍ପ ପରିମାଣରେ ଆସିଛି । ଫଳରେ ସାରର ଅଭାବୀ ବିକ୍ରି ନେଇ ଉଦବେଗ ପ୍ରକାଶ କରିଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ଭଲ ବର୍ଷା ହୋଇଛି । ଖରିଫ ଚାଷ ପାଇଁ ଚାଷୀ ଚଳଚଞ୍ଚଳ ହୋଇପଡିଛି । ବର୍ଷା ଭଲ ହୋଇ ଥିବାରୁ ଖରିଫ ଋତୁରେ ଚାଷ ଭଲ ହେବ ବୋଲି ଚାଷୀ ଆଶା ରଖିଛି ।

ଚାଷୀଙ୍କ ପାଇଁ ଜିଲ୍ଲାକୁ ଆସିଛି ୟୁରିଆ ସାର । ଏନେଇ ବିଭିନ୍ନ ସମବାୟ ସମିତିରେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତିରେ ବର୍ତ୍ତମାନ ସୁଦ୍ଧା ୟୁରିଆ ସାର ପହଞ୍ଚି ପାରି ନଥିବାବେଳେ ମାର୍କଫେଡ ଗୋଦାମରେ ବର୍ତ୍ତମାନ କେବଳ ଆବଶ୍ୟକତାର କୋଡିଏ ପ୍ରତିଶତ ୟୁରିଆ ସାର ପହଞ୍ଚିଛି । ସେପଟେ ଖରିଫ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଛି । ଏବେଠୁ ଜିଲ୍ଲାରେ ୟୁରିଆ ସାରର ଅଭାବ ପରିଲକ୍ଷିତ ହୋଇଛି ।

ତେବେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧଳା ୟୁରିଆ ସାର କଳା ବଜାରୀ ହେବା ନେଇ ଆଶଙ୍କା ସୃଷ୍ଟି କରିଛନ୍ତି ଚାଷୀ । କଳା ବଜାରୀରେ ୟୁରିଆ ସାର କିଣିଲେ ଚାଷୀ ମାନଙ୍କୁ ଅଧିକ ଟଙ୍କା ଦେଇ କିଣିବାକୁ ପଡୁଥିବା ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଫଳରେ ୟୁରିଆ ସାରର ଆଭାବୀ ବିକ୍ରି ଏବଂ କଳା ବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.