ବୌଦ୍ଧ : ସତେଇଶ ବର୍ଷରେ ପାଦ ଦେଲା ବୌଦ୍ଧ ଜିଲ୍ଲା । 1994 ମସିହାରେ ଆଜିର ଦିନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ଗର୍ଜନ ସେନା ପକ୍ଷରୁ ଆଜି(ଶନିବାର) ବୌଦ୍ଧ ଦିନ ଭାବରେ ପାଳନ ସହିତ ଏକ ବାଇକ ରାଲି ଆୟୋଜନ କରାଯାଇଥିଲା ।
ପ୍ରଶାସନ ପକ୍ଷରୁ ବୁଦ୍ଧ ମଣ୍ଡପ ଠାରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ନୀଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ସାରସ୍ଵତ ସମାବେଶ ସହିତ ପୁସ୍ତକ ଉନ୍ମୋଚନ ହୋଇଥିଲା । ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧର କୋର୍ଟ ବିଲ୍ଡିଂରେ ପ୍ରତିଷ୍ଠା ହୋଇଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଜିଲ୍ଲା ବିକାଶର ସମ୍ଭାବନା କୁନେଇ ଜିଲ୍ଲାପାଳ ବେଶ ଆଶାବାଦୀ ଥିବା ବେଳେ ବୌଦ୍ଧ ମାଟିର ମହନୀୟତାକୁ ବିଧାୟକ ବର୍ଣ୍ଣନା କରିଥିଲେ ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ