ETV Bharat / state

ସୂର୍ଯ୍ୟପରାଗରେ ବିରିୟାନୀ ଭକ୍ଷଣ, ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା - ହେତୁବାଦୀ ସଂଗଠନ ବିରୋଧରେ ଅଭିଯୋଗ

ସୂର୍ଯ୍ୟ ପରାଗ ସମୟରେ ହେତୁବାଦୀ ସଂଗଠନ ତରଫରୁ ବିରିୟାନୀ ଖାଇବା ସହ ବିତରଣ କରାଯିବାକୁ ନେଇ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ଥାନାରେ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ସୂର୍ଯ୍ୟ ପରାଗରେ ବିରିଆନୀ ଖାଇବା ଘଟଣା: ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା

author img

By

Published : Oct 28, 2022, 11:03 PM IST

ବୌଦ୍ଧ: ହେତୁବାଦୀ ସଂଗଠନ ପକ୍ଷରୁ ସୂର୍ଯ୍ୟ ପରାଗ ସମୟରେ ବିରିୟାନୀ ଖାଇବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛି ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ । ଏଥି ସହିତ ସମ୍ପୂର୍ଣ୍ଣ ଘଟଣାକୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏଭଳି କାର୍ଯ୍ୟ ଯୋଗୁଁ ହେତୁବାଦୀ ସଂଗଠନ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବ୍ରାହ୍ମଣ ସମାଜ ।

ସୂର୍ଯ୍ୟ ପରାଗରେ ବିରିଆନୀ ଖାଇବା ଘଟଣା: ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା

ସୂର୍ଯ୍ୟ ପରାଗ ସମୟରେ ହେତୁବାଦୀଙ୍କ ବିରିୟାନୀ ଖାଇବା ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି । ଗତ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପାଇଁ ସର୍ବତ୍ର ପୂଜାର୍ଚ୍ଚନା ବନ୍ଦ ସହିତ ପାକ ନିଷେଧ ହୋଇଥିଲା । ତେବେ ଏଭଳି ସମୟରେ କେତେକ ସ୍ଥାନରେ ହେତୁବାଦୀ ସଂଗଠନ ପକ୍ଷରୁ ଭାରତୀୟ ପରମ୍ପରାକୁ ବିରୁଦ୍ଧାଚରଣ କରି ବୈଜ୍ଞାନିକ ସମ୍ମତି ଥିବା ଯୁକ୍ତି କରି ଖାଦ୍ୟ ଖାଇଥିଲେ । ଚିକେନ ବିରିୟାନୀ ଭଳି ଖାଦ୍ୟ ନିଜେ ହେତୁବାଦୀ ସଂଗଠନର କର୍ମକର୍ତ୍ତା ଖାଇବା ସହିତ ଅନ୍ୟ ମାନଙ୍କୁ ବିତରଣ କରିଥିବା ଦେଖାଯାଇଥିଲା ।

ଏହାକୁ ନେଇ ବୌଦ୍ଧ ଜିଲ୍ଲାର ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ସମାଲୋଚନା କରାଯିବା ସହିତ ଏ ସମ୍ପର୍କରେ ହେତୁବାଦୀ ସଂଗଠନର କର୍ମକର୍ତ୍ତାଙ୍କ ନାମରେ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ହେତୁବାଦୀ ସଂଗଠନ ପକ୍ଷରୁ ଏନେଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.