ETV Bharat / state

ଜିଲ୍ଲାମହିଳା ବିଜେଡି ସଭାନେତ୍ରୀଙ୍କ ଇସ୍ତଫା ପରେ ସରଗରମ ରାଜନୀତି - ବୌଦ୍ଧ ପଞ୍ଚାୟତ ନିର୍ବାଚନ

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କ ନାମ କୁନେଇ ଟଣାଓଟରା ଲାଗିରହିଛି । ଜିଲ୍ଲାର ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଯୋରଦାର ଚାଲିଛି । ଅଧିକ ପଢନ୍ତୁ

Boudh
Boudh
author img

By

Published : Jan 18, 2022, 10:40 PM IST

ବୌଦ୍ଧ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କ ନାମକୁ ନେଇ ଟଣାଓଟରା ଲାଗିରହିଛି । ଜିଲ୍ଲାର ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଯୋରଦାର ଚାଲିଛି ।

ଜିଲ୍ଲାମହିଳା ବିଜେଡି ସଭାନେତ୍ରୀଙ୍କ ଇସ୍ତଫା ପରେ ସରଗରମ ରାଜନୀତି

ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ବୌଦ୍ଧ ଜିଲ୍ଲାରେ ଆସନ୍ତା ଫେବୃଆରୀ 16,18 ଓ 20 ତାରିଖରେ ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ବାଲାଟ ମାଧ୍ୟମରେ ହେବାକୁ ଥିବା ବେଳେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଭିଭିପାଟ ମାଧ୍ୟମରେ ଭୋଟ ଗ୍ରହଣ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଯୋରଦାରରେ ଚାଲିଛି । ପଞ୍ଚାୟତ ନିର୍ବାଚନ ଆଉ ମାସେରୁ କମ ସମୟ ଥିବା ବେଳେ ପ୍ରଶାସନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସରକାରୀ ପ୍ରଚାର ପତ୍ର ଓ ହୋର୍ଡିଂ ଆଦିକୁ ହଟାଇବାରେ ଲାଗିଛି ।

ସେପଟେ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳ ଵିଜେପି, ବିଜେଡି ଓ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳକୁ ଆହୁରି ମଜଭୁତ କରିବାରେ ଲାଗିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କିନ୍ତୁ ବିଜେଡି ଦଳକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଯସ୍ମିନ ପ୍ରଧାନ ତାଙ୍କୁ ଟିକେଟ ନ ମିଳିବା କାରଣରୁ ଇସ୍ତଫା ପ୍ରଦାନ କାରଣ କୁନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ସରକାର ଯଥେଷ୍ଟ ଗୁରୁତ୍ବ ଦେଇଥିବାରୁ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ଅନେକ ଆଶାୟୀ ମହିଳା ପ୍ରାର୍ଥୀ ଉତ୍ସାହ ପ୍ରଦର୍ଶନ ପୂର୍ବକ ନାମାଙ୍କନ ଦାଖଲ କରୁଥିବା ଦେଖାଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.