ETV Bharat / state

ବନ୍ୟ ସମ୍ପଦ ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନର ତତ୍ପରତା, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

author img

By

Published : Jan 8, 2023, 2:23 PM IST

ଜଙ୍ଗଲରେ ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର ହେବ ବନ ବିଭାଗ । ବୌଦ୍ଧ ଜିଲ୍ଲାରେ ସଂରକ୍ଷିତ ଜଙ୍ଗଲରେ ବେଆଇନ କାର୍ଯ୍ୟ ରୋକିବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

boudh forest department
ବୌଦ୍ଧ ବନ ବିଭାଗ
ବନ୍ୟ ସମ୍ପଦ ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନର ତତ୍ପରତା

ବୌଦ୍ଧ: ଆକ୍ସନ ମୋଡ଼ରେ ବନ ବିଭାଗ । ବୌଦ୍ଧ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ବିରୋଧରେ ବନ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ଡ୍ରୋନ କ୍ୟାମେରା ସହାୟତା ନେଇ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସର୍ବେଲେନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ବାରବାଟୀରେ ଉଦଘାଟନୀ ଉତ୍ସବ, ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ବ୍ୟାପକ ଗଛକାଟି ମାଫିଆ ବେଆଇନ ଗଞ୍ଜେଇ ଚାଷ କରୁଥିବା କରୁଥିବା କ୍ରମାଗତ ଭାବେ ଅଭିଯୋଗ ଆସୁଛି । ଏହାଦ୍ବାରା ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥଳୀ ହ୍ରାସ ପାଉଛି । ଜଙ୍ଗଲ ପଦାରେ ପରିଣତ ହେଲାଣି । ଏପରିକି ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ସମ୍ପଦ ହ୍ରାସ ପାଉଥିବା ବେଳେ ବନ୍ୟଜନ୍ତୁଙ୍କ ଶିକାରୀମାନେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି । ତେଣୁ ବିଭିନ୍ନ ସମୟରେ ବାଘ, ହାତୀ, ଭାଲୁ, ବଜ୍ରକାପ୍ତା, ହରିଣ, ସମ୍ବର ଭଳି ବନ୍ୟଜନ୍ତୁ ଶିକାର କରି ଏହାର ମାଂସ, ଚମଡା, ଦାନ୍ତ, ଶିଙ୍ଗ, ନଖ ଓ ଅନ୍ୟ ଅଂଶକୁ ବିକ୍ରି ଭଳି ଘଟଣା ସମ୍ମୁଖକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: ମଉଳିଲା ମାଗଣା ଟିକା ଆଶା, ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ କହିଲେ କେନ୍ଦ୍ରମନ୍ତ୍ରୀ

ବିଶେଷ ଭାବରେ ସାଧାରଣ ଲୋକଙ୍କ ଜନ ସଚେତନତା ଅଭାବ ଓ ଅନ୍ଧବିଶ୍ୱାସ ଯୋଗୁଁ ଏଭଳି ଅନେକ ନିରୀହ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଉଥିବା ବେଳେ ବର୍ତ୍ତମାନ ଏହା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ଜଙ୍ଗଲ ବିଭାଗ । ଡ୍ରୋନ କ୍ୟାମେରା ସହାୟତା ନେଇ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସର୍ବଲେନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଉଭୟ ଜିଲ୍ଲା ପୋଲିସ ଓ ଜଙ୍ଗଲ ବିଭାଗ ଏନେଇ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ସେପଟେ ଗୋଟିଏ ଦିନ ପୂର୍ବରୁ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି । ଆସନ୍ତା 10 ତାରିଖରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.