ETV Bharat / state

ବୌଦ୍ଧରେ ଆଜି ସୁସ୍ଥ ହେଲେ 3860 ଆକ୍ରାନ୍ତ - କୋରୋନା ଭାଇରସ ଖବର

ବୌଦ୍ଧ ଜିଲ୍ଲାରେ ସମୁଦାୟ 6220 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 3860 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ...

boudh latest news
ବୌଦ୍ଧରେ ମୋଟ 6220 ସଂକ୍ରମିତ ମଧ୍ୟରୁ ସୁସ୍ଥ ହେଲେ 3860 ଆକ୍ରାନ୍ତ
author img

By

Published : May 16, 2021, 10:14 PM IST

ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଆଶ୍ବସ୍ତିକର ଖବର ଆସିଲା । ଜିଲ୍ଲାର ସମୁଦାୟ 6220 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 3860 ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବୌଦ୍ଧରେ ମୋଟ 6220 ସଂକ୍ରମିତ ମଧ୍ୟରୁ ସୁସ୍ଥ ହେଲେ 3860 ଆକ୍ରାନ୍ତ

ଜିଲ୍ଲାରେ କୋରୋନା ସଂକ୍ରମଣର ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ଖୁସିର ଖବର ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସାଙ୍ଘାତିକ ହେବାରେ ଲାଗିବା ସହ ମୃତ୍ୟୁର ହାର ମଧ୍ୟ ଅତ୍ୟନ୍ତ ଉଦବେଗ ଜନକ ରହିଛି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଦୁଇ ଶହରୁ ତିନି ଶହ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏଭଳି ସମୟରେ ଜିଲ୍ଲାର ସମୁଦାୟ ସଂକ୍ରମିତ 6220 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 3860 ଜଣ ସୁସ୍ଥ ହୋଇଥିବା ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ସାଧାରଣରେ ଆଶ୍ବସ୍ଥି ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 2339 ଜଣ ଆକ୍ରାନ୍ତ ଉଭୟ ହୋମ ଆଇସୋଲେସନ ଓ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ 21 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବରେ ସୂଚନା ମିଳିଛି ।

ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ କୋଭିଡ ସେଣ୍ଟର ପରିସରରେ ଏନ ଏଚ ଏଆଇ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନୀତିନ ଗଡକରୀ,ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ରାଜ୍ୟ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.