ETV Bharat / state

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ - ବୌଦ୍ଧ ଖବର

କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ପରେ କଂଗ୍ରେସ ଦଳ ତାଙ୍କ ସପକ୍ଷରେ ବାହାରିବା ସହିତ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ରାହୁଲଙ୍କ ପଦ ରଦ୍ଦ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ସାରାଦେଶରେ ବିଭିନ୍ନ ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରୁଛି । ଅଧିକ ପଢନ୍ତୁ

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ

author img

By

Published : Mar 27, 2023, 11:06 PM IST

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ

ବୌଦ୍ଧ: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରର ବିଜେପି ସରକାରଙ୍କୁ କଡା ସମାଲୋଚନା କରାଯିବା ସହିତ ଏଭଳି କାର୍ଯ୍ୟ ଗଣତନ୍ତ୍ର ପାଇଁ ସମ୍ପୂର୍ଣ୍ଣ ବିପଦ ବୋଲି କୁହାଯାଇଛି । ଆଜି ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସତ୍ୟାଗ୍ରହ ପାଳନ କରିଛି ।'

କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ପରେ କଂଗ୍ରେସ ଦଳ ତାଙ୍କ ସପକ୍ଷରେ ବାହାରିବା ସହିତ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ରାହୁଲଙ୍କ ପଦ ରଦ୍ଦ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ସାରାଦେଶରେ ବିଭିନ୍ନ ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରୁଛି ।

ହିଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କ ଆଦାନୀ ଗୃପକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଆସୁଛି । ତେବେ ଏଭଳି ସମୟରେ ରାହୁଲ ଗାନ୍ଧୀଙ୍କ ବୟାନ କୁନେଇ ସୁରତ କୋର୍ଟରେ ରାହୁଲଙ୍କ ଦଣ୍ଡାଦେଶ କୁ କଂଗ୍ରେସ ସିଧାସଳଖ ଏହା କେନ୍ଦ୍ରର ବିଜେପି ସରକାରଙ୍କ ଆଡକୁ ଆଙ୍ଗୁଠି ଉଠାଇଛି । ଏହି ଘଟଣା ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ହେବାପରେ ରାଜନୀତି ସରଗରମ ହେବାରେ ଲାଗିଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ମାମଲାରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ସତ୍ୟାଗ୍ରହ ପାଳନ କରିଛନ୍ତି ।

ଆଜି ସଂଧ୍ୟାରେ ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ଅହିଂସା ର ପ୍ରତୀକ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ ପାଳନ କରିଥିଲେ । ବିଶେଷ ଭାବରେ ରାହୁଲଙ୍କ ପଦ ରଦ୍ଦକୁ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ବର୍ଣ୍ଣନା କରାଯିବା ସହିତ କେନ୍ଦ୍ରର ବିଜେପି ସରକାରଙ୍କୁ ଏଥିପାଇଁ ଦାୟୀ କରାଯାଇଛି । ଏଭଳି ଘଟଣା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ହିଡେନବର୍ଗ ରିପୋର୍ଟ ପ୍ରକାଶିତ ପରେ ଏ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ସଂସଦରେ ପ୍ରଶ୍ନ ଉଠାଇବା ଯୋଗୁଁ ବିଜେପି ସରକାର ଏଭଳି ପ୍ରତିହିଂସାପରାୟଣ ହୋଇଥିବା କଂଗ୍ରେସ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଯୋରଦାର କରାଯିବ ବୋଲି କହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.