ବୌଦ୍ଧ: ଆଦିବାସୀ ଛାତ୍ରୀ ନିବାସରେ ସମାଜ ମଙ୍ଗଳ ଅଧିକାରୀ ହଠାତ୍ ପହଞ୍ଚି ତଦାରଖ କରୁଥିବା ସମୟରେ ଅଚାନକ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ । ସେଠାରେ ପହଞ୍ଚି ତଦାରଖ ପ୍ରକ୍ରିୟା ବୁଝିବା ସହ ଛାତ୍ରୀମାନଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଜିଲ୍ଲାପାଳ ବୁଝାଇଥିଲେ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଲୋଇସିଂ ବିଦ୍ୟାଳୟର ।
ସୂଚନା ଅନୁଯାୟୀ ସୋମବାର ଲୋଇସିଂ ଗ୍ରାମରେ ଥିବା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ହଠାତ ପହଞ୍ଚିଥିଲେ । ହଷ୍ଟେଲର ମ୍ୟାଟ୍ରନ ଓ ବିଦ୍ୟାଳୟ ଶିକ୍ଷକଙ୍କ ସହିତ ଅଧିକାରୀ ଛାତ୍ରୀ ନିବାସ ଭିତରେ ତଦାରଖ କରୁଥିବା ସମୟରେ ଅଚାନକ ପହଞ୍ଚିଥିଲେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।
ଜିଲ୍ଲାପାଳ ନିଜ ହଠାତ ଗସ୍ତରେ ହଷ୍ଟେଲର ଛାତ୍ରୀଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ଆଲୋଚନା କରିବା ସହ ମାଟ୍ରିକ ପରୀକ୍ଷାରେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ବୁଝାଇଥିଲେ । ଏଥିସହିତ ଛାତ୍ରୀ ନିବାସରେ ଥିବା ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତରେ ହଷ୍ଟେଲର ଛାତ୍ରୀମାନେ ବେଶ ଆନନ୍ଦିତ ହୋଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ