ETV Bharat / state

ଉପାନ୍ତ ଅଞ୍ଚଳକୁ ପହଞ୍ଚୁନି ସରକାରୀ ସହାୟତା, ହିତାଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

author img

By

Published : Mar 6, 2023, 5:59 PM IST

ବୌଦ୍ଧ ଜିଲ୍ଲାରେ ସରକାରୀ ସହାୟତାରୁ ବଞ୍ଚିତ ଅନେକ ପରିବାର । ଉପାନ୍ତ ଅଞ୍ଚଳରେ ଜିଲ୍ଲାପାଳ ପହଞ୍ଚି ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି । ଅଧିକ ପଢ଼ନ୍ତୁ

collector visits remote area in boudh
ଉପାନ୍ତ ଅଞ୍ଚଳ ବୁଲିଲେ ବୌଦ୍ଧ ଜିଲ୍ଲାପାଳ
ଉପାନ୍ତ ଅଞ୍ଚଳକୁ ପହଞ୍ଚୁନି ସରକାରୀ ସହାୟତା

ବୌଦ୍ଧ: ଜୀବନ ସଂଘର୍ଷମୟ । ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୬ ପ୍ରାଣୀ । ଭିନ୍ନକ୍ଷମ ନାବାଳିକା ଝିଅର ଭତ୍ତା ଟଙ୍କାରେ ଚଳୁଛି ପରିବାର । ଅଭାବ ଅନଟନରେ ଜଙ୍ଗଲରେ ବିତୁଛି ଜୀବନ । ବୌଦ୍ଧ ବ୍ଲକର ବ୍ରାହ୍ମଣୀ ପାଲି ପଞ୍ଚାୟତ ଅନ୍ତର୍ଗତ ବାରକୋଡା ଗ୍ରାମର ଅରୁଣ ମଲ୍ଲିକଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁର୍ଭିଷହ ଜୀବନ ବିତାଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅସହାୟ ହିତାଧିକାରୀଙ୍କୁ ଚିହ୍ନଟ ପରେ ସହାୟତା ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ବିକାଶର ଧାରା ଠିକରେ ପହଞ୍ଚି ପାରୁନାହିଁ । ବିଶେଷ ଭାବରେ ଏଭଳି ସ୍ଥାନରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ସରକାରୀ ସହାୟତାରୁ ବଞ୍ଚିତ ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ବାରକୋଡା ଗ୍ରାମର ଅରୁଣ ମଲ୍ଲିକଙ୍କ ପରିବାରରେ ୬ ପ୍ରାଣୀ ରୁହନ୍ତି । ଦୁଇ ଝିଅ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ କେବଳ ବଡ ଝିଅ ଚିହ୍ନଟ ହୋଇ ମାସିକ ପାଞ୍ଚ ଶହ ଟଙ୍କା ଭତ୍ତା ପାଉଛି ।

ସେପଟେ ଅରୁଣଙ୍କ ଦୁଇ ବୃଦ୍ଧ ପିତାମାତା ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗୁହାରି କରି କରି ବର୍ତ୍ତମାନ ଶଯ୍ୟାଶାୟୀ ହେଲେଣି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଫଳରେ ଗୋଟିଏ ବଖରା ଚାଳ ଘରେ ୬ ପ୍ରାଣୀଙ୍କ ବିତୁଛି ଜୀବନ । ଜଣେ ଭିନ୍ନକ୍ଷମ ଝିଅକୁ ମାସିକ ଭତ୍ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ମାତ୍ର ୫୦୦ ଟଙ୍କାରେ ଚଳିବା ସମୁଦ୍ରକୁ ସଙ୍ଖେ ପରି । ଓଳିଏ ଖାଇଲେ ଓଳିଏ ଓପାସ । ହେଲେ ଗତ କିଛି ମାସ ହେଲା ଅନଲାଇନ ସମସ୍ୟା ଯୋଗୁଁ ସେହି ଭତ୍ତା ମଧ୍ୟ ମିଳିପାରିନାହିଁ । ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅରୁଣ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ହିତାଧିକାରୀଙ୍କୁ ଚିହ୍ନଟ ପରେ ସହାୟତା ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ଅସହାୟତାର ଦୃଶ୍ୟ କେବଳ ଉପାନ୍ତ ଅଞ୍ଚଳରେ ନୁହେଁ, ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଆଦିବାସୀ ବସ୍ତିର ରାଜୁ ବେହେରାଙ୍କ ପରିବାରର ମୁଣ୍ଡ ଉପରେ ଭଲ ଛାଉଣୀ ଖଣ୍ଡେ ନଥିବାରୁ ସେମାନେ ବାଧ୍ୟ ହୋଇ ଅସହ୍ୟ ଖରାରେ ପଲିଥିନ ଟାଣି ରହୁଥିବା ଅଭିଯୋଗ ହୋଇଛି । ଏପରିକି ଗୋଟିଏ ବର୍ଷ ପୂର୍ବରୁ ରାଜୁର ପିତାଙ୍କ ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ତାଙ୍କ ମାଆଙ୍କୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳି ପାରିନାହିଁ । ଏଭଳି ଘଟଣା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଛି ।

ଏହାର ପ୍ରତିକାର ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗର ଉଦ୍ୟମରେ ଗରିବ ଅସହାୟ ହିତାଧିକାରୀଙ୍କ ସ୍ବତନ୍ତ୍ର ଭାବରେ ଚିହ୍ନଟ କରାଯାଇ ସରକାରୀ ଯୋଜନାରେ ସାମିଲ ପାଇଁ ଉଦ୍ୟମ କରାଯାଇଛି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବିଭିନ୍ନ ଅଧିକାରୀଙ୍କ ସହିତ ଉପାନ୍ତ ଅଞ୍ଚଳରେ ପହଞ୍ଚି ସିଧାସଳଖ ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.