ETV Bharat / state

ଗାନ୍ଧୀ ଜୟନ୍ତୀ: ୧୦୮ କୁନି ଗାନ୍ଧୀଙ୍କ ସହ ପଦଯାତ୍ରା କଲେ ଜିଲ୍ଲାପାଳ - ଛାତ୍ରଛାତ୍ରୀ ମହାତ୍ମା ଗାନ୍ଧୀଙ୍କ ବେଶରେ ପଦଯାତ୍ରା

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀରେ ୧୦୮ କୁନିକୁନି ଛାତ୍ରଛାତ୍ରୀ ମହାତ୍ମା ଗାନ୍ଧୀଙ୍କ ବେଶରେ ପଦଯାତ୍ରା କରିଥିଲେ । ଅହିଂସା ଓ ସ୍ବଚ୍ଛତା ନେଇ ସଚେତନତା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

ଗାନ୍ଧୀ ଜୟନ୍ତୀ: ୧୦୮ କୁନି ଗାନ୍ଧୀଙ୍କ ସହ ପଦଯାତ୍ରା କଲେ ଜିଲ୍ଲାପାଳ

author img

By

Published : Oct 2, 2022, 4:05 PM IST

ବୌଦ୍ଧ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା । ବୌଦ୍ଧ ଜିଲ୍ଲାପାଳଙ୍କ ସହ ୧୦୮ ଜଣ କୁନିକୁନି ଛାତ୍ରଛାତ୍ରୀ ମହାତ୍ମା ଗାନ୍ଧୀଙ୍କ ବେଶରେ କଲେ ପଦଯାତ୍ରା । ଅହିଂସା ଓ ସ୍ବଚ୍ଛତାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ପଦଯାତ୍ରାରେ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ । ଆଜି ଭାରତର ଏହି ଦୁଇ ମହାପୁରୁଷଙ୍କୁ ମନେ ପକାଉଛି ଦେଶ ।

ଗାନ୍ଧୀ ଜୟନ୍ତୀ: ୧୦୮ କୁନି ଗାନ୍ଧୀଙ୍କ ସହ ପଦଯାତ୍ରା କଲେ ଜିଲ୍ଲାପାଳ

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଦେଶ ପ୍ରତି ଏହି ଦୁଇ ମହାପୁରୁଷଙ୍କ ଅବଦାନ ଅତୁଳନୀୟ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୧୦୮ ଜଣ କୁନିକୁନି ଛାତ୍ରଛାତ୍ରୀ ଗାନ୍ଧିଜୀଙ୍କ ବେଶରେ ସଜ୍ଜିତ ହୋଇ ପଦଯାତ୍ରା କରିଥିଲେ । ସେମାନଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପଦଯାତ୍ରା କରିବା ସହିତ ଅହିଂସା ଓ ସ୍ବଛତାର ବାର୍ତ୍ତା ପ୍ରଚାର କରିଥିଲେ । ସ୍ଥାନୀୟ ଟାଉନହଲଠାରେ ଏନେଇ ସ୍ବତନ୍ତ୍ର ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର ସମସ୍ତ ୬୯ ପଞ୍ଚାୟତରେ ଗାନ୍ଧୀ ଜୟନ୍ତି ଅବସରରେ ଗ୍ରାମସଭାର ଆୟୋଜନ କରାଯାଇଥିଲା । ସେପଟେ ଗାନ୍ଧିଜୀଙ୍କ ଅତିପ୍ରିୟ ଖଦି ଓ ବୁଣାକାର ତଥା ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଠାରେ ପ୍ରଥମ ଥର ପାଇଁ ବୁଣାକାର ବ୍ୟବସାୟ ବଜାର ଖୋଲିବ ବୋଲି ସୂଚନା ମିଳିଛି । ବୌଦ୍ଧ ଠାରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ଏହି ବଜାରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୁଣାକାର, ବାନ୍ଧ ଶିଳ୍ପୀ, ବ୍ୟବସାୟୀ ଏହି ଖୋଲା ବଜାରରେ ସାମିଲ ହେବେ । ଏନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ବ୍ୟବସାୟୀଙ୍କ ସହିତ ବୌଦ୍ଧ ଜିଲ୍ଲା ପ୍ରଶାସନ ଆଲୋଚନା ପରେ ଏହାକୁ ଚୂଡାନ୍ତ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.