ETV Bharat / state

ନୂଆବର୍ଷର ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନର ପ୍ରଥମ ଜନଶୁଣାଣି

author img

By ETV Bharat Odisha Team

Published : Jan 1, 2024, 4:49 PM IST

Public grievance meeting in Boudh: ଇଂରାଜୀ ନବବର୍ଷ ୨୦୨୪ର ଆଜି ପ୍ରଥମ ଦିନ । ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହ ଜିଲ୍ଲା ପ୍ରଶାସନର ପ୍ରଥମ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Public grievance meeting in Boudh
Public grievance meeting in Boudh
ନୂଆବର୍ଷର ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନର ପ୍ରଥମ ଜନଶୁଣାଣି

ବୌଦ୍ଧ: ଇଂରାଜୀ ନବ ବର୍ଷ ୨୦୨୪ର ଆଜି ପ୍ରଥମ ଦିନ । ଏହି ଦିନଟି କାର୍ଯ୍ୟ ଦିବସର ପ୍ରଥମ ଦିନ ସୋମବାରରେ ପଡୁଥିବାରୁ ସରକାରୀ କାର୍ଯ୍ୟ ମଧ୍ୟ ଚାଲିଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ସହିତ ବର୍ଷର ପ୍ରଥମ ଦିନରେ ପ୍ରଥମ ଜନଶୁଣାଣି ଅନୁଷ୍ଠିତ ହୋଇଛି । ସରକାରୀ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଜିଲ୍ଲାପାଳଙ୍କୁ ବିଭିନ୍ନ ବର୍ଗର କର୍ମଚାରୀ ତଥା ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଇଂରାଜୀ ନବ ବର୍ଷ ପାଇଁ ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଆଜି କୁହୁଡିଆ ପରିବେଶ ମଧ୍ୟରେ ନବ ବର୍ଷକୁ ବଉଦ ଜିଲ୍ଲାବାସୀ ସ୍ବାଗତ କରିଥିଲେ । ଆଜି ସକାଳୁ ନୂଆ ବର୍ଷ ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । କେତେକ ବ୍ୟକ୍ତି ବିଶେଷ ଗରିବଙ୍କୁ ସହାୟତା, ରକ୍ତ ଦାନ, ଶୀତ ବସ୍ତ୍ର ଦାନ ଭଳି ବିଭିନ୍ନ କାର୍ଯ୍ୟ କରିଥିଲେ । ତିନୋଟି ବ୍ଲକ ସମେତ ବଉଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କୁ ବିଭିନ୍ନ ବର୍ଗର କର୍ମଚାରୀ ତଥା ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଏହା ବି ପଢନ୍ତୁ- ନୂଆ ବର୍ଷରେ ବୌଦ୍ଧରେ ଜମିଲା ବଣଭୋଜିର ଆସର

ପୋଲିସ ଏସପି ରାଜ ପ୍ରସାଦ ସପତ୍ନୀକ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ମଧ୍ୟ ବିଭିନ୍ନ ସଂଗଠନ, କର୍ମଚାରୀ, ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇଥିଲେ । ବର୍ଷର ପ୍ରଥମ ଦିନରେ ପ୍ରଥମ ଜନଶୁଣାଣି ବୌଦ୍ଧରେ ଅନୁଷ୍ଠିତ ହୋଇଥିଲା । ସେହିପରି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୂତନ ବର୍ଷ ସହିତ ଆଜିଠାରୁ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ- ନବବର୍ଷ ଆରମ୍ଭରେ ମାଆଙ୍କ ଦର୍ଶନ ଆଶା, ମାଣିକେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଆଜି ଇଂରାଜୀ ନୂଆ ବର୍ଷ ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳରେ ନିଜ ନିଜ ପରିବାର ସହିତ ଭୋଜିଭାତର ଆସର ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାର କୁମ୍ଭିଦରହ, ଶୀତଳପାଣି, ତାମ୍ବିଦରହ, ନନ୍ଦନବନ, ଡମ୍ବରୁଗଡ, ନାଏକପଡା, ଖରଖରି, ନୂଆପଡ଼ା, ଗିରାସିଙ୍ଗା ବନ ପ୍ରକଳ୍ପ, ଖଣ୍ଡିକନପା, ପାଲଝାର ଓ ମର୍ଜାକୁଦ ଦ୍ବୀପାଞ୍ଚଳରେ ବଣଭୋଜି ପାଇଁ ଆଜି ନୂଆ ବର୍ଷ ଅବସରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର କୁମ୍ଭିଦରହଠାରୁ ନେଇ ଲତାଝରଣ ଓ ଶୀତଳପାଣିଠାରୁ ନେଇ ଖଣ୍ଡିକନପା ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.