ETV Bharat / state

ଶତାୟୁ ବୟୋଜ୍ୟେଷ୍ଠଙ୍କ ମୁହଁରେ ମହାମାରୀ କାହାଣୀ - boudh news

ବୌଦ୍ଧ ଜିଲ୍ଲାର ଶତାୟୁ ବ୍ୟକ୍ତି ବର୍ତ୍ତମାନର ମହାମାରୀ କୋରୋନା ସହିତ ଅତୀତରେ ହୋଇଥିବା କଲେରା ଓ ହଇଜା ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

ସେଞ୍ଚୁରୀରେ ପହଞ୍ଚିଥିବା ବୟୋଜ୍ୟେଷ୍ଠଙ୍କୁ ମୁହଁରେ ମହାମାରୀ କାହାଣୀ

author img

By

Published : Aug 4, 2020, 10:48 PM IST

ବୌଦ୍ଧ: ଜିଲ୍ଲାର ଅନ୍ୟତମ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମଙ୍ଗଳବାଲ ପୂରିଲା ଠିକ ଶହେ ବର୍ଷ । ଏହି ଶତାୟୁ ବ୍ୟକ୍ତି ବର୍ତ୍ତମାନର କୋରୋନା ସହିତ ଅତୀତରେ ଥିବା କଲେରା ଓ ହଇଜାର ଏକ ଚିତ୍ର ଆଲୋଚନା ମାଧ୍ୟମରେ ପ୍ରଦାନ କରିଛନ୍ତି ।

ସେଞ୍ଚୁରୀରେ ପହଞ୍ଚିଥିବା ବୟୋଜ୍ୟେଷ୍ଠଙ୍କୁ ମୁହଁରେ ମହାମାରୀ କାହାଣୀ

ବୌଦ୍ଧ ଜିଲ୍ଲାର ଅନ୍ୟତମ ବୟୋଜ୍ୟେଷ୍ଠ ତଥା ଦୀର୍ଘ ୪୨ ବର୍ଷ ଧରି ସରକାରୀ ପେନସନ ପାଉଥିବା ଚନ୍ଦ୍ର ମିଶ୍ରଙ୍କୁ ଆଜି ଠିକ ଶହେ ବର୍ଷ ପୂରଣ ହୋଇଛି । ଠିକ ଶହେ ବର୍ଷ ତଳେ ବୌଦ୍ଧ ଗଡର ପୋଡାପୋଡା ଠାରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ଶିକ୍ଷା ଲାଭ ପରେ ୧୯୩୮ ମସିହାରେ ବୌଦ୍ଧ ସ୍ଥିତ ପୋଷ୍ଟାଲ ବିଭାଗରେ ମାତ୍ର ସାତ ଟଙ୍କା ବେତନରେ ଚାକିରୀ ଆରମ୍ଭ କରିଥିଲେ । ତେବେ ଅତୀତ ସମୟରେ କଲେରା ଓ ହଇଜା ମହାମାରୀ ଭଳି ବର୍ତ୍ତମାନ କୋରୋନାର ଆତଙ୍କ ସମ୍ପର୍କରେ ଇଟିଭି ଭାରତକୁ ସୂଚନା ଦେଇଥିଲେ ।

ବ୍ରିଟିଶ ରାଜତନ୍ତ୍ର ଅମଳରୁ ଚାକିରୀ ଆରମ୍ଭ କରିଥିବା ମିଶ୍ର ୧୯୭୯ ମସିହାରେ ଅବସର ଗ୍ରହଣ ପରେ ବର୍ତ୍ତମାନ ୪୨ ବର୍ଷ ହେଲା ସରକାରୀ ପେନସନ ପାଇ ଆସୁଛନ୍ତି । ବର୍ତ୍ତମାନ ସେ ତିରିଶ ହଜାରରୁ ଊର୍ଦ୍ଧ୍ବ ଟଙ୍କା ମାସିକ ପେନସନ ଆକାରରେ ପାଉଥିବା ବେଳେ ଏବେବି ସେ ଲେଖାଲେଖି କରିବା ସହ ଚଳଚଞ୍ଚଳ ଅଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.