ବୌଦ୍ଧ: ବୁଦ୍ଧ ଓ ବୌଦ୍ଧ ଧର୍ମକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଦାବିପତ୍ର । ଗତ ଗୁରୁବାର ବୌଦ୍ଧ ଜିଲ୍ଲାପାଳଙ୍କୁ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ଉପେକ୍ଷା କରାଯାଉଥିବା ଅଭିଯୋଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଯୋଧ୍ୟାର ଏକ ସ୍ଥାନରେ ପତ୍ନତାତ୍ତ୍ବିକ ଖନନ ସମୟରେ ବୌଦ୍ଧ ସ୍ଥାପତ୍ୟର ଭଗ୍ନାବଶେଷ ମିଳିଛି । ତାହାର ସୁରକ୍ଷା ତଥା ବୌଦ୍ଧ ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗେଇ ଆସିଛି ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱର୍କ । ବୌଦ୍ଧ ଧର୍ମ ନାମରେ ସାରା ବିଶ୍ବରେ ଏକମାତ୍ର ସ୍ଥାନ ଥିବା ବୌଦ୍ଧ ଜିଲ୍ଲାର ଦଳିତ ଅଧିକାର ମଞ୍ଚ ଓ ବୁଦ୍ଧିଷ୍ଟ ନେଟୱର୍କ ମିଳିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବରେ ବୌଦ୍ଧ ପର୍ଯ୍ୟଟନର ଏକ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ତାର ଉପଯୁକ୍ତ ବିକାଶ ହୋଇପାରି ନାହିଁ । ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ନେଟୱର୍କ ଏଭଳି ସ୍ଥଳୀ ଗୁଡିକର ବିକାଶ ପାଇଁ ଚେଷ୍ଟା କରୁଛି । ବୁଧବାର ସଂସ୍ଥା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ