ETV Bharat / state

ମଝିନଈରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀ - boat sank in the middle of the river, two passengers rescue

ବୌଦ୍ଧ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପରେ ବୁ଼ଡିଗଲା ଡଙ୍ଗା । ଦୁଇ ଜଣ ଗ୍ରାମବାସୀ ଚାଷ ପାଇଁ ସାର ଓ ପିଡିଏସ ଚାଉଳ ନେଇ ଫେରୁଥିବାବେଳେ ଡଙ୍ଗାର ବୁଡିଗଲା । ଘଟଣାସ୍ଥଳରେ ବୌଦ୍ଧ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ତୁରନ୍ତ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ନଦୀ ମଝିରେ ବୁଡିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀ

author img

By

Published : Jul 17, 2020, 5:14 PM IST

ବୌଦ୍ଧ: ମଝି ନଦୀରେ ବୁଡି ଗଲା ଡଙ୍ଗା , ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀ । ମହାନଦୀର ମିର୍ଜାକୁଦ ଦ୍ବୀପରେ ସାର ଓ ପିଡିଏସ ଚାଉଳ ନେଇ ଯାଉଥିବାବେଳେ ନଦୀମଝିରେ ଡଙ୍ଗା ବୁଡିଯାଇଥିଲା ।

ନଦୀ ମଝିରେ ବୁଡିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଦୁଇ ଯାତ୍ରୀ

ସୂଚନା ଅନୁଯାୟୀ ବୌଦ୍ଧ ପୌରାଞ୍ଚଳର ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପରୁ ଶୁକ୍ରବାର ଦୁଇ ଜଣ ଗ୍ରାମବାସୀ ଚାଷ ପାଇଁ ସାର ଓ ପିଡିଏସ ଚାଉଳ ନେଇ ଡଙ୍ଗାରେ ଫେରୁଥିଲେ । ଏହି ସମୟରେ ପୋଡାପୋଡା ସ୍ଥିତ ସନ୍ତୋଷୀ ମନ୍ଦିର ଘାଟରୁ ଡଙ୍ଗା ଧରି ଫେରୁଥିବା ସମୟରେ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ସମସ୍ତ ସାମଗ୍ରୀ ସହ ଡଙ୍ଗାଟି ସମ୍ପୂର୍ଣ୍ଣ ବୁଡି ଯାଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଉକ୍ତ ଦୁଇ ଯାତ୍ରୀ ଭାସିଯାଇ ନଦୀ ମଝିରେ ଥିବା ପଥର ଟାପୁରେ ଲାଗିଯାଇଥିଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଘଟଣାସ୍ଥଳରେ ବୌଦ୍ଧ ଅଗ୍ନିଶମ ବିଭାଗ, ପୋଲିସ ଓ ଆପତ୍ତକାଳୀନ ବିଭାଗର କର୍ମଚାରୀ ପହଞ୍ଚି ସେମାନଙ୍କୁ ମର୍ଜାକୁଦ ପଟରୁ ଦୁଇଟି ଡଙ୍ଗା ଦ୍ବାରା ଉଦ୍ଧାର କରାଯାଇଛି । ତେବେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଥିବାରୁ ମର୍ଜାକୁଦ ସେତୁ ନହେବା ପର୍ଯ୍ୟନ୍ତ ଏକ ମୋଟର ଲଞ୍ଚ ଯୋଗାଇ ଦେବାକୁ ଦାବୀ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.