ETV Bharat / state

ମହାନଦୀର ମଝିରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 12 ଜଣ - ମହାନଦୀର ମଝିରେ ବୁଡିଲା ଡଙ୍ଗା

ମହାନଦୀର ମଝି ନଦୀରେ ବୁଡିଲା ଡଙ୍ଗା । ମରଣ ମୁହଁରୁ ବର୍ତ୍ତିଲା 12 ଜୀବନ । ଅଧିକ ପଢନ୍ତୁ...

boat sank in the middle of the river in boudha
ମହାନଦୀର ମଝିରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ବାର ଜଣ
author img

By

Published : Jul 7, 2021, 11:33 AM IST

ବୌଦ୍ଧ : ମହାନଦୀର ମଝି ନଦୀରେ ବୁଡିଲା ଡଙ୍ଗା । ସେଥିରେ ବସିଥିବା ଜଣେ ପାଞ୍ଚ ବର୍ଷର ଶିଶୁ ସମେତ ବାର ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଦିନରେ ଜଳସ୍ତର ବୃଦ୍ଧି ପାଇବା ସହ ମର୍ଜାକୁଦ ସମେତ ପଡୋଶୀ ଜିଲ୍ଲା ସୋନପୁର, ଅନୁଗୁଳ ଜିଲ୍ଲାକୁ ଡଙ୍ଗା ମାଧ୍ୟମରେ ଯାତ୍ରା କରିଥାନ୍ତି ଯାତ୍ରୀ । ତେବେ ଅଧିକାଂଶ ସମୟରେ ଏହି ନୌକା ଯାତ୍ରା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇଥିବାରୁ ଅନେକ ସମୟରେ ଅଘଟଣ ଘଟିବାର ନଜିର ରହିଛି ।

ମହାନଦୀର ମଝିରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ବାର ଜଣ

ମଙ୍ଗଳବାର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତିପତିଙ୍ଗା ଅଞ୍ଚଳର ବାର ଜଣ ଏକ ନୌକାରେ ଧଳପୁର ସେତୁ ଘାଟ ପଟକୁ ଆସୁଥିବା ବେଳେ ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଥିଲା । ଡଙ୍ଗାରେ ଗୋଟିଏ ପରିବାରର ତିନି ଜଣ ମହିଳା ଓ ଜଣେ ପାଞ୍ଚ ବର୍ଷର ଶିଶୁ ସମେତ ସାତ ଜଣ ପୁରୁଷ ଧଳପୁର ନିକଟସ୍ଥ ତେନ୍ତୁଳି ପଦର ଗ୍ରାମକୁ ଏକ ବିବାହ ଭୋଜି ପାଇଁ ଆସୁଥିଲେ । ତେବେ ଡଙ୍ଗାର ନାବିକ ଅତ୍ୟାଧିକ ମଦ୍ୟପାନ କରିଥିବା ହେତୁ ଡଙ୍ଗା ଉପରେ ନିୟନ୍ତ୍ରଣ ହରାଇ ଥିଲା । ଫଳରେ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା ।

ତେବେ ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ପହଁରା ଜାଣି ଥିବାରୁ ଅନ୍ୟ ମହିଳା ଓ ଶିଶୁକୁ ଉଦ୍ଧାର କରି ଧଳପୁର ଘାଟରେ ପହଞ୍ଚି ଥିଲେ । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଧଳପୁର ଠାରେ ପହଞ୍ଚି ଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ବୌଦ୍ଧର ମର୍ଜାକୁଦ ଘାଟରେ ମଧ୍ୟ ସେହି ଦିନ ସନ୍ଧ୍ୟାରେ ଏଭଳି ମଦ୍ୟପାନ କରି ନାଉରିଆ ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳି ଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.