ETV Bharat / state

ଯୋଗ୍ୟ ହିତାଧାରୀଙ୍କୁ ମିଳିନି ଆବାସ ! ଆନ୍ଦୋଳନକୁ ଓହ୍ଲାଇଲା ବିଜେପି - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ବୌଦ୍ଧରେ ତିନୋଟି ବ୍ଲକରେ ଅଯୋଗ୍ୟ ଆବେଦନକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପିର । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲା ବିଜେପି
ଆନ୍ଦୋଳନକୁ ଓହ୍ଲାଇଲା ବିଜେପି
author img

By ETV Bharat Odisha Team

Published : Sep 13, 2023, 4:17 PM IST

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଆଭିଯୋଗ କୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି

ବୌଦ୍ଧ: ଆବାସ ଯୋଜନାକୁ ନେଇ ସରଗରମ ରାଜନୀତି । ଦଳୀୟ ଆଧାରରେ ଅଯୋଗ୍ୟ ହିତାଧାରୀଙ୍କୁ ଆବାସ ଯୋଜନା ପ୍ରଦାନ କରାଯିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି । ବୌଦ୍ଧରେ ତିନୋଟି ବ୍ଲକରେ ଅଯୋଗ୍ୟ ଆବେଦନକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲକୁ ନେଇ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ପୁନଃ ସଂଶୋଧନ କରି ପ୍ରକୃତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଜିଲ୍ଲା ବିଜେପି ଦାବି କରିଛି । ଏହାକୁ ନେଇ ବିଜେପିର ଶତାଧିକ କର୍ମକତ୍ତା ବ୍ଲକ ଘେରିବା ସହ ବିଜେଡି ବିରୋଧୀ ନାରା ଦେଇଛନ୍ତି ।

ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ କହିଛନ୍ତି,"ଜିଲ୍ଲାର ତିନୋଟି ବ୍ଲକରେ ଅଯୋଗ୍ୟ ହିତାଧୀକାରୀ ହାତେଇଛନ୍ତି ପ୍ରଧାନମନ୍ତ୍ରୀ ଗୃହ । ଜଣେ ବ୍ୟକ୍ତିଙ୍କ ପରିବାରକୁ ଭିନ୍ନଭିନ୍ନ ନାଁରେ ତଥା ଦଳୀୟ ଭିତ୍ତିରେ ଏହି ଆବାସ ଗୃହ ବଣ୍ଟନ କରାଯାଇଛି । ଗୋଟିଏ ପରିବାର ଏକାଧିକ ଲୋକେ ଏହି ସୁବିଧା ସୁଯୋଗ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବଙ୍କ କଲ୍ୟାଣପାଇଁ ଏହି ସବୁ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର ଏବଂ ତାଙ୍କ ଦଳର ନେତା ଏହାର ନିଜ ଫାଏଦା ପାଇଁ ବ୍ୟବହାର କରୁଛନ୍ତି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତରେ ଶହଶହ ଗରିବ ଅସହାୟ ଆଜି ପର୍ଯ୍ୟନ୍ତ ଜରିପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଆବାସ ଯୋଜନାରେ ସାମିଲ କରାଯାଇ ଅଯୋଗ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ମଧ୍ୟ ପଢନ୍ତୁ...ଆବାସ ଯୋଜନାରେ ରହିଛି ନାଁ, ଆକାଉଣ୍ଟକୁ ଆସିନି ଟଙ୍କା :ଜରି ପାଲ ତଳେ ବିତୁଛି ଜୀବନ

23ଗୋଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ବ୍ଲକ ଘେରାଉ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ବିଜେପିର ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି । ତେବେ ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ ସୁଶାନ୍ତ ବାଘଙ୍କ ପରି ଅନେକ ପ୍ରମୁଖ ନେତା ଓ ବହୁ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.