ETV Bharat / state

ତୁଟୁନି ମୌଳିକ ସମସ୍ୟା, ବୌଦ୍ଧରେ ବିଜେପିର ତୀବ୍ର ଅସନ୍ତୋଷ - ବିଭିନ୍ନ ସମସ୍ୟାକୁ ନେଇ ବିଜେପି ଅସନ୍ତୋଷ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଅଧିକ ପଢନ୍ତୁ

various problem in boudh
various problem in boudh
author img

By ETV Bharat Odisha Team

Published : Nov 29, 2023, 10:08 AM IST

various problem in boudh

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ, ଜଳସେଚନ ପ୍ରକଳ୍ପ,ମୁକ୍ତା ଯୋଜନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ଜିଲ୍ଲା ବିଜେପି । ତେବେ କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ସାଲୁଙ୍କୀ ଓ ବାଘ ଜଳସେଚନ ପ୍ରକଳ୍ପ ଭଳି ଦୁଇଟି ବୃହତ ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ଟିକରପଡା ପଞ୍ଚାୟତର ଗମ୍ଭୀରାଦରହ ଠାରେ ସେଚ ପ୍ରକଳ୍ପ ପାଇଁ ଦାବି ହୋଇ ଆସୁଛି । ଏହି ଗମ୍ଭୀରାଦରହ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ବୌଦ୍ଧ ବ୍ଲକ ଓ ହରଭଙ୍ଗା ବ୍ଲକର ପ୍ରାୟ ଷାଠିଏ ପ୍ରତିଶତରୁ ଉର୍ଦ୍ଧ୍ବ ଅଞ୍ଚଳର ଚାଷଜମି ଜଳସେଚିତ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଥିଲା । ହେଲେ ଗତ ସପ୍ତାହରେ ରାଜ୍ୟ ସରକାର ଏହି ଗମ୍ଭୀରାଦରହଠାରୁ ତଳ ମୁଣ୍ଡରେ ଥିବା ସତୀଘାଟ ଠାରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟୟ ବରାଦ କରାଯାଇଛି । ଯାହାକୁ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ବିରୋଧ କରିଛି ।

ସେହିପରି ଗତକାଲି ଜିଲ୍ଲାରେ ବିକଶିତ ଭାରତକୁ ନେଇ ଜିଲ୍ଲା ପ୍ରଶାସନ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଅସନ୍ତୋଷ ପ୍ରକାଶ କରିଛି । ଅତି ତରବରିଆ ଭାବରେ ଗଣମାଧ୍ୟମକୁ ଠିକ୍‌ରେ ସୂଚନା ଦିଆନଯାଇ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିବା ଯୋଗୁଁ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । ସେହିପରି ଅନ୍ୟପଟେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ମୁକ୍ତା ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହିଳା ଗୋଷ୍ଠୀଙ୍କୁ ଅଣଦେଖା ତଥା ସେମାନଙ୍କ ଅଗୋଚରରେ କିଛି ଠିକାଦାରଙ୍କ ଜରିଆରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏଥିସହ ବେଆଇନ ଗଞ୍ଜେଇ ଚାଷରେ ଜିଲ୍ଲା ଅବକାରୀ ବିଭାଗର ଭୂମିକା ଅତ୍ୟନ୍ତ ସନ୍ଦେହ ଘେରରେ ରହିଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏକ ଚାଷ ପ୍ରଧାନ ଜିଲ୍ଲା ହେଉଛି ବୌଦ୍ଧ । ଏଠାରେ ଅଧିକାଂଶ ଲୋକ ଜୀବନଜୀବିକା ପାଇଁ ଚାଷ ଉପରେ ନିର୍ଭରଶୀଳ ଥାଆନ୍ତି । ଏହାସହ ଏଠାରେ ଯେଉଁ କେତେକ ପୌର ପରିଷଦ ବା ସହରାଞ୍ଚଳ ରହିଛି ସେଠାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ଏହାକୁ ନେଇ ବାରମ୍ବାର ଧାରଣ ପ୍ରଦର୍ଶନ ପରେ ବି କିଛି ଲାଭ ହେଉନି । ଏବେ ବିଜେପି ଏଭଳି ସମସ୍ୟାକୁ ନେଇ ପ୍ରତିବାଦ ସ୍ୱର ଉଠାଇଛି ।

ଏହା ମଧ୍ୟ ପଢନ୍ତୁ - ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ - ଆବାସ ଯୋଜନା ଧୂଆଁବାଣ, ଉପାନ୍ତ ଆମ୍ବଗାଁ ପଞ୍ଚାୟତରେ ବାଟବଣା ବିକାଶ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.