ବୌଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ବାଟରେ ଫଶିଯିବା ଘଟଣାରେ ପଞ୍ଜାବ ସରକାରଙ୍କ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ କୁମାର ପୁରୋହିତ । ଗୁରୁବାର ସଧ୍ୟାରେ ପୁରୋହିତ ବୌଦ୍ଧ ଗସ୍ତ ସମୟରେ ଜିଲ୍ଲା ବିଜେପିର ନେତା ଓ କର୍ମୀଙ୍କ ସହିତ ସ୍ଥାନୀୟ ମାତଙ୍ଗେଶ୍ବର ମନ୍ଦିର ଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ପାଇଁ ଦୀପଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ପଞ୍ଜାବରେ ଫଶିଯିବା ଘଟଣାକୁ ନେଇ ପୁରୋହିତ ସିଧାସଳଖ ପଞ୍ଜାବର କଂଗ୍ରେସ ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ଗୁପ୍ତ ଥିବା ସତ୍ତ୍ୱେ ପଞ୍ଜାବ ସରକାରଙ୍କ ପ୍ରରୋଚନାରେ କିଛି ଚାଷୀ ସଂଗଠନ ଏଭଳି କାର୍ଯ୍ୟ କରିଥିବା ପୁରୋହିତ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ