ETV Bharat / state

ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୌଦ୍ଧରେ ପ୍ରଚାର କଲେ ଲେଖାଶ୍ରୀ - ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରଚାର

ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଦଳର ଷ୍ଟାର ପ୍ରଚାରକ ଲେଖାଶ୍ରୀ ସାମନ୍ତ ସିଂହାର । ଜିଲ୍ଲାର ସାତ ନମ୍ବର ଜୋନ ଉପରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି । ଅଧିକ ପଢନ୍ତୁ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଲେଖାଶ୍ରୀ

author img

By

Published : Feb 17, 2022, 7:32 AM IST

ବୌଦ୍ଧ: ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଦଳର ଷ୍ଟାର ପ୍ରଚାରକ ଲେଖାଶ୍ରୀ ସାମନ୍ତ ସିଂହାର । ଜିଲ୍ଲାର ସାତ ନମ୍ବର ଜୋନ ଉପରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି । ବୌଦ୍ଧ ଜିଲ୍ଲାର ସାତ ନମ୍ବର ଜୋନରେ ଆସନ୍ତା 20 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ସଂଧ୍ୟାରେ ବୌଦ୍ଧ ବ୍ଲକ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି । ତେବେ ସାତ ନମ୍ବର ଜୋନ ଗତ ନିର୍ବାଚନରେ ବିଜେପି ଦଖଲରେ ଥିବାରୁ ତାହା ବଜାୟ ରଖିବାକୁ ଦଳ ଆପ୍ରାଣ ଉଦ୍ୟମ ଜାରି ରଖିଛି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଲେଖାଶ୍ରୀ

ବୁଧବାର ଦଳର ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ । ଏହି ଜୋନରେ ବିଜେପିର ଗଡକୁ ଦଖଲ ପାଇଁ ବିଜେଡି ପକ୍ଷରୁ ହରଭଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଜଣେ ଯୁବ ପ୍ରାର୍ଥୀଙ୍କ ଉପରେ ଭରସା କରାଯାଇଛି । ଏହି ଜୋନରେ ବିଜେପି, ବିଜେଡି ଓ କଂଗ୍ରେସର ଭୋଟ ବ୍ୟାଙ୍କ ରହିଥିବା ବେଳେ ସବୁ ପ୍ରାର୍ଥୀ ଭୋଟରଙ୍କ ଉପରେ ନିର୍ଭର କରୁଛନ୍ତି । ତେବେ ଏଠାରେ ଉଭୟ ବିକାଶ ଓ ସମ୍ମାନ ବଡ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.