ETV Bharat / state

ରକ୍ସା ପଞ୍ଚାୟତ ବୁଥରେ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

author img

By

Published : Feb 24, 2022, 8:33 PM IST

ବୌଦ୍ଧ ଜିଲ୍ଲାରେ ଥମୁନି ନିର୍ବାଚନୀ ହିଂସା । ରକ୍ସା ପଞ୍ଚାୟତରେ ବୁଥରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା । ଅଧିକ ପଢନ୍ତୁ

ରକ୍ସା ପଞ୍ଚାୟତ ବୁଥରେ ଅନିୟମିତତା ଅଭିଯୋଗ ଆଣିଲା ବିଜେପି
ରକ୍ସା ପଞ୍ଚାୟତ ବୁଥରେ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

ବୌଦ୍ଧ: ପଞ୍ଚାୟତ ନିର୍ବାଚନର ଅନିୟମିତତା ତାତି କମିବାରେ ନାଁ ଧରୁନି । ଗତ ଚାରି ଦିନ ଧରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ମତଦାନକୁ ନେଇ ବିଭିନ୍ନ ଆରୋପ ଲଗାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗଣ ମାଧ୍ୟମରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଚରିତ୍ର ହନନ କରାଯାଇ ଥିବା ନେଇ ଅଭିଯୋଗ ହୋଇଛି ।

ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । କିନ୍ତୁ ଥମୁନାହିଁ ନିର୍ବାଚନକୁ ନେଇ ରାଜନୀତି । ଜିଲ୍ଲାର ରକ୍ସା ପଞ୍ଚାୟତରେ ଗତ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚାଉଁରୀଆପଦର ବୁଥ ଜବରଦଖଲ ନେଇ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ନିର୍ବାଚନ କମିଶନ ସାନି ନିର୍ବାଚନ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଏହି ନିର୍ଦ୍ଦେଶକୁ ପାଳନ କରାଯାଇ ଚାଉଁରୀଆପଦର ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିଲା । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବାରମ୍ବାର ରକ୍ସା ପଞ୍ଚାୟତର ଅନ୍ୟ ଦୁଇଟି ବୁଥରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସେଠାରେ ପୁନଃ ମତଦାନ ପାଇଁ ଦାବି କରିଥିଲା ।

କେବଳ ସେତିକି ନୁହେଁ, ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜେପି ଦଳର କଣ୍ଟାମାଳ ବିଧାୟକ ପ୍ରାର୍ଥୀଙ୍କ ଚରିତ୍ର ହନନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗୁରୁବାର ବିଜେପି ଦଳ ପକ୍ଷରୁ ଏନେଇ ଏଭଳି ଖବର ପ୍ରସାରଣକୁ ତୀବ୍ର ବିରୋଧ କରାଯିବା ସହ ରକ୍ସା ଅଞ୍ଚଳରେ ଖୋଦ ଶାସକ ଦଳର ବିଧାୟକ ରାଜନୈତିକ ବିଦ୍ବୈଶ ସୃଷ୍ଟି କରୁଥିବା ଭଳି ଅଭିଯୋଗ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.