ETV Bharat / state

ବୌଦ୍ଧ ପୌର ଫାଇଟ, ଇସ୍ତାହାର ଜାରି କଲେ ବିଜେପି-କଂଗ୍ରେସ - ବୌଦ୍ଧ ଖବର

ବୈଦ୍ଧ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଦଳ । ଜିଲ୍ଲାର ଏକମାତ୍ର ପୌର ନିର୍ବାଚନ ପାଇଁ ଦୁଇ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଇସ୍ତାହାର ଜାରି କଲେ ବିଜେପି - କଂଗ୍ରେସ
ଇସ୍ତାହାର ଜାରି କଲେ ବିଜେପି - କଂଗ୍ରେସ
author img

By

Published : Mar 15, 2022, 8:31 AM IST

ବୌଦ୍ଧ: ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ରାଜ୍ୟରେ ବହୁଛି ପୌର ହାୱା । ଏ ନେଇ ପାଦେ ପଦେ ଆଗଉଛନ୍ତି ବିଭିନ୍ନ ଦଳ । ବୈଦ୍ଧ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଦଳ । ଜିଲ୍ଲାର ଏକମାତ୍ର ପୌର ନିର୍ବାଚନ ପାଇଁ ଦୁଇ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ସହରର ବିଭିନ୍ନ ସମସ୍ୟକୁ ଇସ୍ତାହାରରେ ସ୍ଥାନ ଦେଇଛନ୍ତି ଉଭୟ ଦଳ । ସୁଯୋଗ ମିଳିଲେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଇସ୍ତାହାର ଜାରି କଲେ ବିଜେପି - କଂଗ୍ରେସ

ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଆଜିଠୁ ସହରର ଗଳି କନ୍ଦିରେ ଜମିବ ନିର୍ବାଚନ ପ୍ରଚାର ଅଭିଯାନ । ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ଏନଏସିରେ ବର୍ତ୍ତମାନ ରାଜନୈତିକ ମାହୋଲ ଗରମ ହେବାରେ ଲାଗିଛି । ଆଉ ଏଭଳି ସମୟରେ ଜିଲ୍ଲାର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ଇସ୍ତାହାର ପ୍ରକାଶ କରିଛନ୍ତି । ସୋମବାର ସଂନ୍ଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବୌଦ୍ଧ ସହରର ବିଭିନ୍ନ ସମସ୍ୟାକୁ ଭିତ୍ତିକରି ଏହାର ସମାଧାନ ପାଇଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ବୌଦ୍ଧ ସହରର ନାଳ ନର୍ଦମା, ପାନୀୟଜଳ, ରାସ୍ତା ଘାଟ ଭଳି ଅନେକ ବିଷୟକୁ ପ୍ରସଙ୍ଗ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିଛି । କଂଗ୍ରେସ ବିପୁଳ ମାତ୍ରରେ ବିଜୟୀ ହେବ ବୋଲି ଦୃଢକ୍ତି ରଖିଛି । ତେବେ ଶାସକ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ପଛୁଆ ଥିବା ବେଳେ ଦଳୀୟ କନ୍ଦଳ କୌଣସି ପ୍ରକାରର ଅଡୁଆ ଦଳ ପାଇଁ ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.