ETV Bharat / state

ବୌଦ୍ଧରେ BJD ବିଜୟୀ ହେବା ନେଇ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଦମ୍ଭୋକ୍ତି

author img

By

Published : Jan 26, 2022, 8:14 AM IST

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ବୌଦ୍ଧ ଜିଲ୍ଲା । ତେବେ ଚଳିତ ଥର ଜିଲ୍ଲାର ସମସ୍ତ ନଗୋଟି ଜୋନରେ ବିଜେଡି ଦଳ ଭଲ ପ୍ରଦର୍ଶନ କରିବା ସହ ବିଜୟୀ ହେବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

ବୌଦ୍ଧରେ ବିଜେଡି ବିଜୟୀ ହେବା ନେଇ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଦମ୍ଭୋକ୍ତି

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ବୌଦ୍ଧ ଜିଲ୍ଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ମଙ୍ଗଳବାର ଥିଲା ଶେଷ ଦିନ । ବୌଦ୍ଧ ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମସ୍ତ ୬୯ ଗୋଟି ପଞ୍ଚାୟତରେ ସ୍ବଚ୍ଛ ତଥା ଅବାଧରେ ନିର୍ବାଚନ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ସମସ୍ତ ପ୍ରସ୍ତୁତି କରାଯାଉଛି ।

ଗତକାଲି ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପରିଷଦ ସମେତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ଶେଷ ଦିନରେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଅନେକ ଓ୍ବାର୍ଡ ସଭ୍ୟ, ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ ।

ସେହିପରି ସ୍ବାଧୀନ ଭାବରେ ଜିଲ୍ଲା ପରିଷଦରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜିଲ୍ଲା ବିଜେଡି ସଭାନେତ୍ରୀ ଯସ୍ମିନ ପ୍ରଧାନ ଓ ପାଞ୍ଚ ନମ୍ବର ସ୍ବାଧୀନ ପ୍ରାର୍ଥୀ ଗତକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ । ତେବେ ଚଳିତ ଥର ଜିଲ୍ଲାର ସମସ୍ତ 9 ଗୋଟି ଜୋନରେ ବିଜେଡି ଦଳ ଭଲ ପ୍ରଦର୍ଶନ କରିବା ସହ ବିଜୟୀ ହେବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.