ETV Bharat / state

ପୌର ନିର୍ବାଚନ ପୂର୍ବରୁ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ - ବୌଦ୍ଧ ପୌର ନିର୍ବାଚନ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଉପାଧ୍ୟକ୍ଷ(Vice Chairman) ପଦ ମଧ୍ୟରୁ ଦୁଇଟି ବ୍ଲକରେ ବିଜେଡିର ପରାଜୟ । ଅଧିକ ପଢନ୍ତୁ

ବୌଦ୍ଧରେ ପଡିବ ପୌର ଭୋଟ, ନିର୍ବାଚନ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ

author img

By

Published : Mar 24, 2022, 9:30 AM IST

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକର ଉପାଧ୍ୟକ୍ଷ(Vice Chairman) ପଦ ମଧ୍ୟରୁ ଦୁଇଟି ବ୍ଲକ ବିଜେଡି ହାତରୁ ଖସିଯାଇଛି । ହରଭଙ୍ଗା ବ୍ଲକରେ ଚେୟାରମ୍ୟାନଙ୍କ ସ୍ବାମୀ ବରିଷ୍ଠ ବିଜେପି ନେତା ସରୋଜ କୁମାର ପ୍ରଧାନ ଉପଧ୍ୟାକ୍ଷ(Vice Chairman) ହୋଇଛନ୍ତି । ସେହିପରି ବୌଦ୍ଧ ବ୍ଲକରେ ସ୍ବାଧୀନ ପ୍ରାର୍ଥୀ ପାନେଶ୍ବରୀ ଦେହୁରୀ ଓ କଣ୍ଟାମାଳ ବ୍ଲକରେ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣା ବିଜୟୀ ହୋଇ ଉପଧ୍ୟାକ୍ଷ ପଦବୀ ହାତେଇଛନ୍ତି । ଆଜି ବୌଦ୍ଧରେ ପୌର ନିର୍ବାଚନ ଥିବାବେଳେ ଜିଲ୍ଲାର ଦୁଇଟି ବ୍ଲକ ଶାସକ ବିଜେଡି ହାତରୁ ଖସିଯିବା ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ଜାରି ରହିଛି ।

ବୌଦ୍ଧରେ ପଡିବ ପୌର ଭୋଟ, ନିର୍ବାଚନ ଦୁଇଟି ବ୍ଲକରେ ଶାସକ ଦଳର ପରାଜୟ

ପୌର ନିର୍ବାଚନ ପାଇଁ ଆଜି ବୌଦ୍ଧ ସହରର ସମସ୍ତ ୧୭ ଗୋଟି ୱାର୍ଡ ଚଳଚଞ୍ଚଳ ରହିଛି । ହେଲେ ମତଦାନ ପୂର୍ବରୁ ଭୋଟ ପାଇଁ ଶାସକ ଦଳର ନୋଟ ବଣ୍ଟା ସମସ୍ତଙ୍କ ଆଖି ଖୋସି ଦେଇଛି । ବିଜେଡି ଦଳର ନେତାମାନେ ଭୋଟରଙ୍କ ପ୍ରଭାବିତ କରିବା ପାଇଁ ଘର ଘର ବୁଲି ଦିନ ଓ ରାତି ତମାମ ଟଙ୍କା ବାଣ୍ଟୁଥିବାର ଘଟଣା ସାମ୍ନାକୁ ଆସିଛି । ସେପଟେ ପୋଲିସ କେବଳ ଔପଚାରିକତା ଦୃଷ୍ଟିରୁ କେତେକ ଛକରେ ଗାଡି ଚେକିଂ କରୁଥିବାର ସାଧାରଣରେ କୁହାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.