ETV Bharat / state

ବୌଦ୍ଧରେ ଶେଷ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା - ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ବୌଦ୍ଧ ଜିଲ୍ଲାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଶେଷ ହୋଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ଯୋଗ ଦେଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଛନ୍ତି । ଅଧିକ ପଢ଼ନ୍ତୁ

bjd jan sampark padayatra concludes in boudh
ବୌଦ୍ଧରେ ଶେଷ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା
author img

By

Published : Oct 22, 2022, 2:04 PM IST

ବୌଦ୍ଧ: ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ହୋଇଛି । ଶେଷ ଦିନରେ ପଞ୍ଚାୟତିରାଜ ମନ୍ତ୍ରୀ ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ବୌଦ୍ଧରେ ଶେଷ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ଦଳ ପକ୍ଷରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ପଦଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଧାୟକ ମହୀଧର ରଣା ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆୟୋଜିତ ପଦଯାତ୍ରାର ନେତୃତ୍ୱ ନେଇଥିଲେ । ଏନେଇ ଯୁବ ବିଜେଡି ନେତା କହିଛନ୍ତି," ବିଜେଡି ପଦଯାତ୍ରାରେ ପ୍ରବଳ ମାତ୍ରାରେ ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ବାସ ଜାଗ୍ରତ ହେଉଛି।"

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ନନ୍ଦନବନ ସଫାରୀ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶୁକ୍ରବାର ଶେଷ ଦିନରେ ବିଜେଡି ଦଳର ନେତା ଓ କର୍ମୀ କମିରା ଗ୍ରାମ ଠାରୁ ପଦ୍ମନପୁର ଗ୍ରାମ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା କରିଥିଲେ। ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.